ବେଙ୍ଗାଲୁରୁ: କର୍ଣ୍ଣାଟକ ପୁଲିସକୁ ଏକ ବଡ଼ ଧରଣର ବ୍ୟାଙ୍କ ଲୁଟ ମାମଲାରେ ସଫଳତା ମିଳିଛି। ପୁଲିସ ଏହି ଘଟଣାରେ ଛଅ ଜଣଙ୍କୁ ଗିରଫ କରିବା ସହିତ ଚୋରି ହୋଇଥିବା ସୁନାକୁ ଜବତ କରିଛି। ଜବତ ହୋଇଥିବା ସୁନା ୧୭ କିଲୋଗ୍ରାମରୁ ଅଧିକ ଥିବା ବେଳେ ଏହାର ମୂଲ୍ୟ ୧୩ କୋଟି ଟଙ୍କା ଥିବା ଅନୁମାନ କରାଯାଉଛି।
ଗିରଫ ଅଭିଯୁକ୍ତଙ୍କ ନାମ ବିଜୟ କୁମାର, ଅଜୟ କୁମାର, ଅଭିଷେକ, ଚନ୍ଦ୍ର, ମଞ୍ଜୁନାଥ ଏବଂ ପରମାନନ୍ଦ ବୋଲି ଜଣାପଡ଼ିଛି। ବିଜୟ କୁମାର, ଅଜୟ କୁମାର ଏବଂ ପରମାନନ୍ଦ ମୂଳତଃ ତାମିଲନାଡୁର ବସିନ୍ଦା ଥିବା ବେଳେ ବହୁ ବର୍ଷ ଧରି ଦୁହେଁ ନ୍ୟାମତିରେ ମିଠା ବ୍ୟବସାୟ କରିଆସୁଛନ୍ତି। ବାକି ତିନି ଅଭିଯୁକ୍ତ ଅଭିଷେକ, ଚନ୍ଦ୍ରୁ ଏବଂ ମଞ୍ଜୁନାଥ ନ୍ୟାମତିର ବାସିନ୍ଦା।
ଏହି ଚୋରିର ମାଷ୍ଟରମାଇଣ୍ଡ ଥିଲେ ବିଜୟ କୁମାର। ବିଜୟ କୁମାର ବ୍ୟାଙ୍କ ଋଣ ପାଇଁ ଆବେଦନ କରିଥିଲେ। କିନ୍ତୁ ତାଙ୍କର ୧୫ ଲକ୍ଷ ଟଙ୍କାର ଋଣ ଆବେଦନକୁ ୨୦୨୩ ମସିହାରେ ପ୍ରତ୍ୟାଖ୍ୟାନ କରାଯାଇଥିଲା। ତେଣୁ ସେ ଏହାର ପ୍ରତିଶୋଧ ନେବା ପାଇଁ ଏସବିଆଇର ନ୍ୟାମତି ଶାଖାକୁ ବାଛିଥିଲେ।ସେ ଭାବିଥିଲେ ଯେ ଚୋରିକରି ତାଙ୍କର ଆର୍ଥିକ ସମସ୍ୟାର ସମାଧାନ କରିବେ।
ବ୍ୟାଙ୍କ ଡକାୟତି ପୂର୍ବରୁ ବିଜୟ କୁମାର ମନି ହାଇଷ୍ଟ ଭଳି ଟିଭି ଧାରାବାହିକ ଏବଂ ବ୍ୟାଙ୍କ ଡକାୟତି ଉପରେ ଆଧାରିତ ଚଳଚ୍ଚିତ୍ର ଦେଖି ଅନୁପ୍ରାଣିତ ହୋଇଥିଲେ। ସେ ୬ରୁ୯ମାସ ଧରି ଚୋରିର ଯୋଜନା କରିଥିଲେ।
ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଭାଇ ଅଜୟ କୁମାର, ପରମାନନ୍ଦ, ଅଭିଷେକ, ଚନ୍ଦ୍ରୁ ଏବଂ ମଞ୍ଜୁନାଥଙ୍କ ସାହାଯ୍ୟ ନେଇଥିଲେ।
ବିଜୟ କୁମାର ଏବଂ ଚନ୍ଦ୍ରୁ ବ୍ୟାଙ୍କ ପଛପଟେ ଥିବା କ୍ଷେତ ଦେଇ ବ୍ୟାଙ୍କକୁ ଯିବା ପାଇଁ କେତେ ସମୟ ଲାଗୁଛି ତାହା ଜାଣିବା ପାଇଁ କିଛି ରାତି ଧରି ରେକି ମଧ୍ୟ କରିଥିଲେ। ଏମିତି କି ରେକି ସମୟରେ ପୁଲିସ ଏବଂ ଲୋକଙ୍କ କାର୍ଯ୍ୟକଳାପ ଉପରେ ମଧ୍ୟ ବିଜୟ ନଜର ବି ରଖିଥିଲେ।
୨୮ ଅକ୍ଟୋବର, ୨୦୨୪ରେ, ନ୍ୟାମତିରେ ଥିବା ଏସବିଆଇ ଶାଖାରୁ ୧୭.୭ କିଲୋଗ୍ରାମ ସୁନା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା।। ଏହି ସୁନା ବ୍ୟାଙ୍କରେ ବନ୍ଧକ ରଖାଯାଇଥିଲା। ।