ବିବାହ ରୀତିନୀତି ଚାଲୁଥିବା ସମୟରେ ପତ୍ନୀ ବାନ୍ତି କରିବାରୁ ଗର୍ଭବତୀ ଥିବା ସନ୍ଦେହ କରି କୁମାରୀତ୍ୱ ପରୀକ୍ଷା କଲା ସ୍ୱାମୀ!

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ବିବାହର ରୀତିନୀତି ଚାଲୁଥିବା ସମୟରେ ଜଣେ କନ୍ୟା ସହ ଯାହା ଘଟିଥିଲା, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହ ବେଦିରେ କନ୍ୟା ହଠାତ୍‌ ବାନ୍ତି କରିବାରୁ ଗର୍ଭବତୀ ଥିବା ନେଇ ସନ୍ଦେହ କରିବା ସହ ବର କୁମାରୀତ୍ୱ ପରୀକ୍ଷା କରାଇବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ବିବାହ ଚାଲିଥିବା ସମୟରେ କନ୍ୟାର ଦେହ ଖରାପ ଥିବାରୁ ସେ ବାନ୍ତି କରିଥିଲେ । ଏହା ଦେଖି ବରର ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଯାହା ପାଇଁ ବିବାହର ତୁରନ୍ତ ପରେ ନବବଧୂକୁ ନ ଜଣାଇ ସ୍ୱାମୀ ନିଜ ସ୍ତ୍ରୀର କୁମାରିତ୍ୱ ପରୀକ୍ଷା କରାଇଥିଲେ । ନବବଧୂ ଗର୍ଭବତୀ କି ନାହିଁ, ତାହା ଜାଣିବା ପାଇଁ ଅଭିଯୁକ୍ତ ସ୍ୱାମୀ ଏପରି କରିଥିବା ଜଣାପଡ଼ିଛି । ଏ ନେଇ ଜାଣିବା ପରେ ପୀଡ଼ିତା ନ୍ୟାୟ ପାଇଁ ଅଦାଲତରେ ପହଞ୍ଚିଥିବା ବେଳେ ଅଭିଯୁକ୍ତ ସ୍ୱାମୀ ନିଜର ଦୋଷ ସ୍ୱୀକାର କରି ନାହିଁ ।

Times of India

ସୂଚନା ମୁତାବକ, ବର ଏବଂ ବଧୂ ଦୁହେଁ ମାଟ୍ରିମୋନିଆଲ ସାଇଟ୍‌ରେ ଦେଖା ହେବା ପରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ବିବାହର ୧୫ଦିନ ପୂର୍ବରୁ ପୀଡ଼ିତାଙ୍କ ମା’ କର୍କଟ ରୋଗରେ ପୀଡ଼ିତ ଥିବାରୁ ମୃତ୍ୟୁବରଣ କରିଥିଲେ । ଯାହାର ୧୫ଦିନ ପରେ ପୀଡ଼ିତାଙ୍କ ବିବାହ ହେବାରୁ ଗ୍ୟାସ୍‌ ସମସ୍ୟା ପାଇଁ ବିବାହ ବେଦୀରେ ସେ ବାନ୍ତି କରିଥିଲେ । ଏହା ଦେଖି ବର କନ୍ୟାକୁ ବିବାହ ପରେ ଡ଼ାକ୍ତରଖାନା ନେବା ସହ ସେଠାରେ ଗର୍ଭବତୀ ଏବଂ କୁମାରୀତ୍ୱ ପରୀକ୍ଷା କରାଇଥିଲେ । ଏହା ଜାଣି ପୀଡ଼ିତା ଅଭିଯୁକ୍ତ ସ୍ୱାମୀକୁ ଛାଡ଼ି ନିଜ ଭଉଣୀ ଘରେ ଆସି ରହିବା ସହ ଏବେ ନ୍ୟାୟ ପାଇଁ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର