ଫେସ୍‌ବୁକ୍‌ରେ ପ୍ରେମ ପରେ କାହାକୁ ନ ଜଣାଇ ହୋଟେଲରେ କରିଥିଲେ ବିବାହ, କିଛି ମାସ ପରେ ଆପଣାଇବାକୁ ସ୍ୱାମୀ ମାଗିଲା ୫ଲକ୍ଷ ଟଙ୍କା

ମୁଙ୍ଗେର(ବିହାର) : ବିହାରର ଗଦଗ ଜିଲ୍ଲାରେ ରହୁଥିବା କବିତାଙ୍କୁ ପ୍ରେମ ବିବାହ କରିବା ମହଙ୍ଗା ପଡ଼ିଛି । ଫେସ୍‌ବୁକ୍‌ରେ ଯୁବକଙ୍କ ସହ କଥା ହୋଇ ପ୍ରେମରେ ପଡ଼ିବା ସହ ଦେଖା ହେବା ପାଇଁ ମୁଙ୍ଗେର ପହଞ୍ଚିଥିଲେ କବିତା । ପରେ ଦୁହେଁ ବିବାହ କରିବା ପାଇଁ ନିଷ୍ପତ୍ତିି ନେଇଥିଲେ । ଘରେ କାହାକୁ ନ ଜଣାଇ ଦୁହେଁ ହୋଟେଲରେ ବିବାହ କରିବା ସହ ଏକାଠି ରହିବା ଆରମ୍ଭ କରି ଦେଇଥିଲେ । କିନ୍ତୁ କିଛି ମାସ ପରେ ସବୁ କିଛି ବଦଳି ଯାଇଥିଲା । ୫ଲକ୍ଷ ଟଙ୍କା ନ ଦେବାରୁ କବିତାଙ୍କୁ ଆପଣାଇବାକୁ ମନା କରି ଦେଇଥିଲା ଭୀମ ।

ସୂଚନା ମୁତାବକ, ଚଳିତ ବର୍ଷ ଏପ୍ରିଲ ୫ରେ କବିତା ଭୀମଙ୍କ ସହ ବିବାହ କରିଥିଲେ । କିଛି ମାସ ରହିବା ପରେ କବିତାଙ୍କ ମା’ ଭୀମଙ୍କ ଘରକୁ ଆସି ଜୁଲାଇ ୨୧ରେ କବିତାଙ୍କୁ ସେଠାରୁ ନେଇ ଯାଇଥିଲେ । ମା’ଙ୍କ ସହ କିଛି ଦିନ ରହି କବିତା ପୁଣି ନଭେମ୍ବର ୨୯ରେ ଭୀମଙ୍କ ପାଖକୁ ଫେରିଥିଲେ। କିନ୍ତୁ ଫେରିବା ପରେ ତାଙ୍କୁ ପୂର୍ବ ପରି ଭଲ ପାଇବା ମିଳିବା ଅପେକ୍ଷା ଘରୋଇ ହିଂସାର ଶିକାର ହେବାକୁ ପଡ଼ିଥିଲା । ଭୀମ ଏବଂ ତାଙ୍କ ମାତା-ପିତା କବିତାଙ୍କୁ ମାଡ଼ ମାରି ବାପ ଘରୁ ୫ ଲକ୍ଷ ଟଙ୍କା ଆଣିବା ପାଇଁ ଚାପ ପକାଇଥିଲେ । ବାରମ୍ବାର ଏହି କଥାକୁ ନେଇ କବିତାଙ୍କ ଉପରେ ଚାପ ପକାଯିବା ପରେ ଶେଷରେ ପୁଲିସରେ ଅଭିଯୋଗ କରିଥିଲେ କବିତା ।

bhaskar.com

ଅଭିଯୋଗ ପାଇ ଭୀମଙ୍କୁ ଏ ନେଇ ପୁଲିସ ପଚାରିବା ପରେ, କବିତା ପୂର୍ବରୁ ବିବାହିତ ଥିଲେ ଏବଂ ତାଙ୍କର ଦୁଇଟି ସନ୍ତାନ ଥିଲେ । କିନ୍ତୁ ବିବାହ ସମୟରେ ସେ ମୋତେ ଏ ବିଷୟରେ ଜଣାଇ ନ ଥିଲେ। ଏବେ ସେ ମୋତେ ଚୁପ୍‌ କରିବା ପାଇଁ ମୋ ପରିବାର ଉପରେ ଏଭଳି ମିଛ ଆରୋପ ଲଗାଇଥିବା କହିଥିଲେ ଭୀମ । ତେବେ କିଏ ସତ କହୁଛି,ସେ ବିଷୟରେ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର