ବେଙ୍ଗାଲୁର: ସାରା ବିଶ୍ବରେ ଏବେ ଛାଇ ରହିଛି କୋଭିଡ୍-୧୯ ଆତଙ୍କ। ଅନ୍ୟପକ୍ଷରେ ଏହି କରୋନା ଭାଇରସ୍କୁ କେନ୍ଦ୍ର କରି ଲୋକେ ଏବେ ପରସ୍ପପରର ଶତ୍ରୁ ହୋଇ ପଡ଼ୁଥିବା ଦେଖିବାକୁ ମିଳୁଛି। ଜଣେ ଅନ୍ୟ ଜଣକୁ ଘୃଣା କରିବାରେ ଲାଗିଛି। ଏହି କ୍ରମରେ କର୍ଣ୍ଣାଟକରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏକ ଆମ୍ବୁଲାନ୍ସରେ ଜଣେ ୫୭ ବର୍ଷିଅ କୋଭିଡ୍ ଆକ୍ରାନ୍ତଙ୍କ ମୃତଦେହ ଯାଉଥିବାରୁ ସ୍ଥାନୀୟ ଲୋକେ ସେହି ଆମ୍ବୁଲାନ୍ସକୁ ଟେକା ପଥର ଫୋପାଡୁ ଥିବାର ଦେଖିବାକୁ ମିଳିଛି।
ସ୍ଥାନୀୟ ଲୋକଙ୍କ ମନରେ ଭୟ ଉପୁଜିଲା ଯେ କାଳେ ସେମାନଙ୍କ ବାଟ ଦେଇ କରୋନା ଆକ୍ରାନ୍ତଙ୍କ ମୃତ ଦେହ ଗଲେ ଭାଇରସ୍ ତାଙ୍କ ଅଞ୍ଚଳରେ ବ୍ୟାପିଯିବ ବୋଲି। ସେହି କାରଣରୁ ସେମାନେ ଆମ୍ବୁଲାନ୍ସର ପଥ ଅବରୋଧ କରିବା ସହ ତା ଉପରକୁ ଟେକାପଥର ଫୋପାଡ଼ିବା ଆରମ୍ଭ କରିଥିଲେ। ସେମାନେ ସ୍ଲାବ ରଖି ରାସ୍ତା ଅବରୋଧ କରିିଥିଲେ।
/sambad/media/post_attachments/wp-content/uploads/2020/07/139439-deparawpfp-1585935281-300x158.jpg)
Scroll.in
ଲୋକମାନେ ରାଗରେ ଆସି ଗଣ୍ଡଗୋଳ ଉପୁଯାଇବା ପରେ ପୁଲିସ୍ ଲାଠି ଚାର୍ଜ କରିବା ଆରମ୍ଭ କରିଥିଲା। ଆମ୍ବୁଲାନ୍ସ ଉପରକୁ ଟେକାପଥର ଫୋପାଡ଼ିବା ଅଭିଯୋଗରେ ପୁଲିସ ସମୁଦାୟ ୮ ଜଣ ଲୋକଙ୍କୁ ଗିରଫ କରିଛି।
କୋଲକାତାରେ ମଧ୍ୟ ଏହି ପରି ଏକ ସମାନ ଘଟଣା ଘଟିଥିଲା। କୋଲକାତାର ଧାପା ଶ୍ମଶାନ ଆଗରେ ପ୍ରାୟ ୧୦୦ ଜଣ ଳୋକ ରୁଣ୍ଡ ହୋଇ ସେଠାରେ ଜଣେ କରୋନା ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାରକୁ ବିରୋଧ କରିଥିଲେ। ପୁଲିସ୍ ସେଠାରେ ପହଞ୍ଚି ହସ୍ତକ୍ଷେପ କରିବା ପରେ ଅନ୍ତିମ ସଂସ୍କାର ହୋଇଥିଲା।