କୁକୁର ସହ ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରୁଥିଲା ସ୍ୱାମୀ, ୧୦ବର୍ଷ ଜେଲ ଦଣ୍ଡାଦେଶ

ବେଲଗବୀ(କର୍ଣ୍ଣାଟକ) : କର୍ଣ୍ଣାଟକର ବେଲଗବୀରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବକ ନିଜ ପତ୍ନୀଙ୍କ ସହ ଅପ୍ରାକୃତିକ ଶାରୀରିକ ସଂପର୍କ ରଖୁଥିବା ସହ ପର୍ଣ୍ଣ ଦେଖାଇ ଘରେ ଥିବା କୁକୁର ଛୁଆ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲା ବୋଲି ଜଣାପଡ଼ିଛି । ଏ ନେଇ ପୀଡ଼ିତା ଅଭିଯୋଗ ଆଣିବା ପରେ ଅଦାଲତ ଏବେ ଅଭିଯୁକ୍ତକୁ ୧୦ବର୍ଷର ଜେଲ ଦଣ୍ଡାଦେଶ ଦେବା ସହ ୧୧ହଜାର ଟଙ୍କାର ଜରିମାନା ଘୋଷଣା କରିଛନ୍ତି । ଅଭିଯୁକ୍ତର ଅପରାଧକୁ ଅଦାଲତ ଜଘନ୍ୟ ବୋଲି କହି  ରାୟ ଶୁଣାଇଛନ୍ତି । ଘଟଣାଟି ୨୦୧୭ରେ ଘଟିଥିବା ବେଳେ ଏବେ  ଦୋଷୀକୁ ଦଣ୍ଡ ମିଳିଛି ।

Isha Sadhguru

ସୂଚନା ମୁତାବକ, ମାର୍ଚ୍ଚ ୨୦୧୭ରେ ପୀଡ଼ିତା ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ବିବାହ ପରେ ଅପ୍ରାକୃତିକ ଶାରୀରିକ ସଂପର୍କ ରଖିବା ଆରମ୍ଭ କରିବା ସହ ଧୀରେ ଧୀରେ ଘରେ ଥିବା କୁକୁର ସହ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିଲେ । ପର୍ଣ୍ଣ ଭିଡିଓ ଦେଖିବା ପାଇଁ ବାଧ୍ୟ କରି କୁକୁର ସହ ଶାରୀରିକ ସଂପର୍କ ରଖିବା ପାଇଁ କହିବା ପରେ ପୀଡ଼ିତା ବାଧ୍ୟ ହୋଇ କତାକୋଲ ପୁଲିସ ଷ୍ଟେସନରେ ଅଭିଯୋଗ ଆଣିଥିଲେ ।

ସମ୍ବନ୍ଧିତ ଖବର