ଡାକ୍ତରଖାନାର ଖର୍ଚ୍ଚ ଉଠାଇ ପାରୁ ନଥିବାରୁ ସାଙ୍ଗର ସାହାଯ୍ୟ ନେଇ ୫ବର୍ଷର ପୁଅକୁ ହତ୍ୟା କଲା ବାପା

ବେଙ୍ଗାଲୁରୁ : କର୍ଣ୍ଣାଟକର ଜଣେ ଯୁବକ ନିଜ ୫ବର୍ଷର ପୁଅକୁ ହତ୍ୟା କରାଇବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପୁଅର ଚିକିତ୍ସା ପାଇଁ ଟଙ୍କା ନଥିବାରୁ ଅଭିଯୁକ୍ତ ବାପା ନିଜ ବନ୍ଧୁଙ୍କ ସହାୟତାରେ ଏପରି କରିଥିବା ଜଣା ପଡ଼ିଛି । ଗୁରୁବାର ପୁଲିସ ଘଟଣାର ସୂଚନା ପାଇ ଦୁଇଜଣଙ୍କୁ ଗିରଫ କରିଛି । ପଚରାଉଚରା ପରେ ଚିକିତ୍ସା ପାଇଁ ଟଙ୍କା ନଥିବାରୁ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି ପୀଡ଼ିତଙ୍କ ବାପା ।

oneindia.com

ଅଭିଯୁକ୍ତ ବାପା ଏମ୍‌ ଜୟପ୍ପାଙ୍କ କହିବା ଅନୁଯାୟୀ, ପୁଅକୁ ଅପସ୍ମାର ରୋଗ ହୋଇଥିବା ବେଳେ ଚିକିତ୍ସା ପାଇଁ ମୋ ପାଖରେ ଟଙ୍କା ନଥିଲା । ପ୍ରତିଦିନର ଡାକ୍ତରଖାନା ଖର୍ଚ୍ଚ ଉଠାଇ ମୁଁ ବିରକ୍ତ ହୋଇ ଯାଇଥିଲି । ଦିନ ମଜୁରିଆ ଭାବେ କାମ କରି ମୋତେ ୧୦୦ଟଙ୍କା ମିଳୁଥିବା ବେଳେ ପୁଅର ଡାକ୍ତରଖାନା ଖର୍ଚ୍ଚ ଦିନକୁ ୧,୦୦୦ଟଙ୍କା ଥିଲା । ୩ବର୍ଷ ମଧ୍ୟରେ ମୁଁ ଚିକିତ୍ସା ପାଇଁ ୪ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଥିଲି । ସବୁ ପରେ ବି ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସୁ ନଥିଲା । ଯାହା ପାଇଁ ମୁଁ ଶେଷରେ ତାକୁ ହତ୍ୟା କରିବାକୁ ଯୋଜନା କରିଥିଲି । ମୋର ବନ୍ଧୁଙ୍କୁ ୫୦,୦୦୦ଟଙ୍କା ଦେଇ ମୁଁ ମୋ ପୁଅକୁ ହତ୍ୟା କରାଇଥିଲି ।

ସମ୍ବନ୍ଧିତ ଖବର