ନାବାଳିକା ସହ ଦୁଷ୍କର୍ମ କଲା ସ୍ୱାମୀ, ଜେଲ୍‌ ଯିବାରୁ ବଞ୍ଚାଇବା ପାଇଁ ଦୁହିଁଙ୍କ ବିବାହ କରାଇଦେଲେ ପତ୍ନୀ

ନୂଆଦିଲ୍ଲୀ : କର୍ଣ୍ଣାଟକରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ସ୍ୱାମୀକୁ ଜେଲ୍‌ ଯିବାରୁ ବଞ୍ଚାଇବା ପାଇଁ ଜଣେ ପତ୍ନୀ ନିଜ ସ୍ୱାମୀ ସହ ଦୁଷ୍କର୍ମ ପୀଡ଼ିତାଙ୍କ ବିବାହ କରାଇଦେବା ଘଟଣା ସ୍ଥାନୀୟ ବାସିନ୍ଦାଙ୍କୁ ଆଶ୍ଚର୍ଯ୍ୟ କରିଛି । ଘଟଣାଟି କୋଲାର ଜିଲ୍ଲାରେ ଘଟିଥିବା ବେଳେ ବିବାହ ପାଇଁ ଅଭିଯୁକ୍ତଙ୍କ ପତ୍ନୀ ପୀଡ଼ିତାଙ୍କୁ ବାଧ୍ୟ କରିବା ସହ ଜୋର ଜବରଦସ୍ତ ବିବାହ କରାଇ ଦେଇଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଗିରଫ କରିବା ସହ ପୋସ୍କୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଛି ପୁଲିସ ।

ପୁଲିସ ଦେଇଥିବା ସୂଚନା ମୁତାବକ, ଗଙ୍ଗରାଜୁ ନିଜ ଗ୍ରାମର ଜଣେ ଦଳିତ ନାବାଳିକାଙ୍କ ସହ ବନ୍ଧୁତା କରିବା ସହ ଦିନେ ତାଙ୍କୁ ଘରକୁ ଡ଼ାକି ତାଙ୍କ ସହ ଦୁଷ୍କର୍ମ କରିଥିଲେ । ପରେ ଏ ବିଷୟରେ କାହାକୁ ନ ଜଣାଇବା ପାଇଁ କହିଥିବା ବେଳେ ଧୀରେ ଧୀରେ କଥାଟି ଚାରିଆଡ଼େ ପ୍ରଘଟ ହୋଇ ଯାଇଥିଲା । ଘଟଣାର ଚାଇଲଡ୍‌ ହେଳ୍ପଲାଇନ୍‌କୁ ମିଳିବା ପରେ ସେମାନେ ଏହାର ସୂଚନା ପୁଲିସକୁ ଦେଇଥିଲେ । ପୁଲିସ ଆସି ପୀଡ଼ିତାଙ୍କୁ ପଚରାଉଚରା କରିବା ପରେ ସେ ଡ଼ରରେ ପୁଲିସକୁ କିଛି ବି କହି ନଥିଲେ ।

oneindia.com

ଅନ୍ୟ ପକ୍ଷରେ ପୁଲିସ ପଚରାଉଚରା କରିଥିବା କଥା ଜାଣି ସ୍ୱାମୀଙ୍କୁ ଜେଲ୍‌ ଯିବାରୁ ରୋକିବା ପାଇଁ ଅଭିଯୁକ୍ତଙ୍କ ପତ୍ନୀ ପୀଡ଼ିତାଙ୍କ ସହ ନିଜ ସ୍ୱାମୀଙ୍କ ବିବାହ କରାଇ ଦେଇଥିଲେ । କିଛି ଦିନ ପରେ ପୁଲିସ ପୁଣି ଥରେ ପୀଡ଼ିତାଙ୍କୁ ନ୍ୟାୟ ଦେବାର ବିଶ୍ୱାସ ଦେଇ ପଚରାଉଚରା କରିବା ପରେ ପୀଡ଼ିତା ପୂରା ଘଟଣା ବିଷୟରେ ଜଣାଇଥିଲେ । ପରେ ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗକ୍ରମେ ପୁଲିସ ଅଭିଯୁକ୍ତ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର