ଜନଗହଳିପୂର୍ଣ୍ଣ ବଜାରରେ ଛୁରୀ ଧରି ଧମକ ଦେବା ପଡ଼ିଲା ମହଙ୍ଗା, ଫିଲ୍ମ୍ ଷ୍ଟାଇଲରେ ଗୁଳି ଚଳାଇ ଅଭିଯୁକ୍ତକୁ ସାବାଡ୍ କଲା ପୁଲିସ୍

ବେଙ୍ଗାଲୁରୁ: ଜନଗହଳିପୂର୍ଣ୍ଣ ବଜାରରେ ଛୁରୀ ଧରି ଧମକ ଦେବା ମହଙ୍ଗା ପଡ଼ିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ଉପରେ  ଫିଲ୍ମ୍ ଷ୍ଟାଇଲ ଗୁଳି ଚଳାଇ  ସାବାଡ୍ କରିଛି ପୁଲିସ୍ ।  ଏଭଳି ଏକ ଘଟଣା କର୍ଣ୍ଣାଟକର କଲବୁରାଗିରରେ ଘଟିଛି।

ହାତରେ ଛୁରୀ ଧରି ଜଣେ ବ୍ୟକ୍ତି କାଲବୁରାଗି ସୁପର ମାର୍କେଟ ମଝିରେ ଠିଆ ହୋଇଥିଲେ, ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଭିଯୁକ୍ତକୁ କାବୁ କରିବାକୁ ପୁଲିସ ଚେଷ୍ଟା କରୁଥିବା ବେଳେ ଘଟଣାସ୍ଥଳରେ ଅନେକ ଲୋକ ଏକାଠି ହୋଇଥିଲେ । ପୁଲିସ ଓ ଅଭିଯୁକ୍ତ ମୁହାଁମୁହିଁ ହେବା ପରେ ପୁଲିସ୍ ଅଭିଯୁକ୍ତ ଗୋଡରେ ଗୁଳି ଚଳାଇଥିଲା । ସଙ୍ଗେସଙ୍ଗେ ସେ ତଳେ ପଡ଼ିଯାଇଥିଲା । ପରେ ପୁଲିସ ଅଭିଯୁକ୍ତକୁ ବାଡିରେ ବାଡେଇ ଅତିଆରକୁ ନେଇଥିଲା ।

କଲବୁରାଗୀ ସିଟି ପୁଲିସ କମିଶନର ଚେତନ୍ ଆର୍ କହିଛନ୍ତି ” ଜଣେ ଅଭିଯୁକ୍ତ ଛୁରୀ ଧରି ଭିଡ଼ ବଜାର ମଝିରେ ଜନସାଧାରଣଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଥିଲା। ଯେତେବେଳେ ପୁଲିସ ତାକୁ  ଅଟକାଇବାକୁ ଚେଷ୍ଟା କରିଥିଲା, ସେତେବେଳେ ସେ  ପୁଲିସ କର୍ମଚାରୀଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲା। ଆତ୍ମରକ୍ଷା ତଥା ଜନସାଧାରଣଙ୍କ ସୁରକ୍ଷା ପାଇଁ ପୁଲିସ ଅଭିଯୁକ୍ତ ଉପରକୁ ଗୁଳି ଚଳାଇଥିଲା।”

ଅଭିଯୁକ୍ତ ଜାଫରକୁ ଡାକ୍ତରଖାନାକୁ ପଠାଇ ଦିଆଯାଇଛି ବୋଲି କଲବୁରାଗୀ ସିଟି ପୁଲିସ କମିଶନର ଚେତନ୍ ଆର୍ କହିଛନ୍ତି ।

ସମ୍ବନ୍ଧିତ ଖବର