ଅଙ୍ଗନୱାଡ଼ିରେ ପରିଶ୍ରା କରିଦେବାରୁ ୩ ବର୍ଷର ଶିଶୁକୁ ଛୁରୀରେ ଆକ୍ରମଣ କଲେ ଅଙ୍ଗନୱାଡ଼ି କର୍ମୀ

ବେଙ୍ଗାଲୁର: କର୍ଣ୍ଣାଟକରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ୩ ବର୍ଷର ଶିଶୁ ନିଜ ପ୍ୟାଣ୍ଟ୍‌ରେ ପରିଶ୍ରା କରି ଦେବା ହେତୁ ଜଣେ ଅଙ୍ଗନୱାଡି କର୍ମୀ ଶିଶୁଟିକୁ ଛୁରୀ ଦେଖାଇ ଡରାଇବା ଓ ଆକ୍ରମଣ କରିବା ଅଭିଯୋଗ ହୋଇଛି। କର୍ଣ୍ଣାଟକର ଚିକ୍କମାଗଲୁରୁ ଜିଲ୍ଲାର କର୍ମାକି ଗ୍ରାମର ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ଥିବା କର୍ମୀ ଶିଶୁଟିକୁ ଛୁରୀ ଧରି ଆକ୍ରମଣ କରିଥି‌ବା ଜାଣିବାକୁ ମିଳିଛି । ଏପରି ଏକ ଅଭାବନୀୟ ଘଟଣା ନଭେମ୍ବର ୨୫ ତାରିଖରେ ଘଟିଯାଇଛି।

ରିପୋଟର୍ରୁ ଜାଣିବାକୁ ମିଳିଛି ଯେ ଅଙ୍ଗନୱାଡ଼ି କେନ୍ଦ୍ରର ମୁଖ୍ୟ ଘର ଭିତରେ କୁନି ବାଳକ ଅମିତ ପ୍ୟାଣ୍ଟ୍‌ରେ ପରିଶ୍ରା କରିଦେବା କାରଣରୁ ଆସି କର୍ମୀ ଜଣକ ରାଗରେ ଆସି ଏପରି ଅମାନୁଷିକ କାର୍ଯ୍ୟ କରିଛନ୍ତି।

ଅଭିଯୁକ୍ତା ମାଳା ଅମିତକୁ ଛୁରୀରେ ଆକ୍ରମଣ କରିବା ଫଳରେ ପିଲାଟିର ପଛ ମୁଣ୍ଡରେ ଚୋଟ ଲାଗି କ୍ଷତାକ୍ତ ହୋଇଛି। ଶିଶୁଟିକୁ ତୁରନ୍ତ ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଛି। ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଶିଶୁଟିର ଏବେ ଚିକିତ୍ସା ଚାଳିଛି। ଅଭିଯୁକ୍ତା ଅଙ୍ଗନୱାଡ଼ି କର୍ମୀଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ ହୋଇଛି।

ସମ୍ବନ୍ଧିତ ଖବର