ନୂଆଦିଲ୍ଲୀ: କର୍ଣ୍ଣାଟକର ବିଜୟପୁରା ଜିଲ୍ଲାରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଚଡଚନ ଶାଖାରେ ଏକ ବଡ଼ଧରଣର ଡକାୟତି ଘଟଣା ଘଟିଛି।
ପୁଲିସ ସୂତ୍ରାରୁ ପ୍ରକାଶ, ଅପରାଧୀମାନେ କରେଣ୍ଟ ଆକାଉଣ୍ଟ ଖୋଲିବା ବାହାନାରେ ବ୍ୟାଙ୍କରେ ପ୍ରବେଶ କରିଥିଲେ । କିଛିସମୟ ପରେ ସେମାନେ ବନ୍ଧୁକ ଏବଂ ଛୁରୀ ଦେଖାଇ ବ୍ୟାଙ୍କ ମ୍ୟାନେଜର, କ୍ୟାସିୟର ଏବଂ ଅନ୍ୟ କର୍ମଚାରୀଙ୍କୁ ବନ୍ଧକ ରଖିଥିଲେ। କର୍ମଚାରୀମାନଙ୍କ ହାତ ଓ ଗୋଡ଼ ବାନ୍ଧି ଦେଇ ଡକାାୟତମାନେ ନଗଦ ୧କୋଟି ଟଙ୍କା ସହିତ ପ୍ରାୟ ୨୦ କିଲୋଗ୍ରାମ ସୁନା ଅଳଙ୍କାର (ଯାହାର ମୂଲ୍ୟ ୨୦କୋଟି ଟଙ୍କା ହେବା ନେଇ ଅନୁମାନ କରାଯାଉଛି) ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।
ବିଜୟପୁର ପୁଲିସ ଇନ୍ସପେକ୍ଟର ଲକ୍ଷ୍ମଣ ନିମ୍ବାର୍ଗୀ ଏହି ଡକାୟତି ଘଟଣାକୁ ନେଇ କହିଛନ୍ତି, ‘ବ୍ୟାଙ୍କ ମ୍ୟାନେଜରଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇଛି। ପୁଲିସ ଦଳ ଡକାୟତମାନଙ୍କୁ ସକ୍ରିୟ ଭାବରେ ଖୋଜୁଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତମାନେ ନକଲି ନମ୍ବର ପ୍ଲେଟ୍ ଥିବା ଏକ କାର ବ୍ୟବହାର କରିଥିଲେ। ବ୍ୟାଙ୍କ ଲୁଟ ପରେ ୩ଜଣ ଅଭିଯୁକ୍ତ ମହାରାଷ୍ଟ୍ରର ପଣ୍ଡରପୁର ଅଭିମୁଖେ ପଳାଇ ଯାଇଥିବା ଜଣାପଡ଼ିଛି। ’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/17/new-project-37-2025-09-17-16-47-59.jpg)