ପ୍ରେମ ବିବାହ ଜିଦକୁ ସହି ପାରିଲେ ନାହିଁ ବାପା, ଝିଅକୁ ହତ୍ୟା କରିବା ସହିତ ଜୀବନ ହାରିଦେଲେ ନିଜେ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଜନପଦ କାସଗଞ୍ଜରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସରକାରୀ କଲେଜରେ ଅଧ୍ୟାପକ ଥିବା ବାପା ଶିକ୍ଷୟିତ୍ରୀ ଝିଅଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏଥିସହିତ ସେ ବି ଜୀବନ ହାରି ଦେଇଛନ୍ତି। ତେବେ ଝିଅର ପ୍ରେମ ବିବାହ ଜିଦ ପାଇଁ ଏପରି ଏକ ଅଭାବନୀୟ ଘଟଣା ଘଟି ଯାଇଥିବା ଜଣାପଡ଼ିଛି। ଏହି ଘଟଣାର ପୁଲିସ ଯାଞ୍ଚ ଆରମ୍ଭ କରିଛି।

ମୈନପୁରୀ ଜିଲ୍ଲାରେ ରହୁଥିବା ନରେନ୍ଦ୍ର ସିଂହ ଯାଦବ କାସଗଞ୍ଜସ୍ଥିତ ନଗରିଆରେ ସେରୱାନି ଇଣ୍ଟର କଲେଜରେ ଫିଜିକ୍ସରେ ଅଧ୍ୟାପକ ଥିଲେ। ନରେନ୍ଦ୍ର ଯାଦବଙ୍କ ସହିତ ତାଙ୍କ ସ୍ତ୍ରୀ ଶଶି ଯାଦବ ଓ ଝିଅ ଜୁହି ଯାଦବ ଓ ପୁଅ ରହୁଥି‌ଲେ।

ପୁଅ ନୋଏଡାରେ ଏସଏସସି ପ୍ରସ୍ତୁତି କରୁଛନ୍ତି। ସେହିପରି ଝିଅ ଜୁହି ଯାଦବ କାସଗଞ୍ଜ ଜିଲ୍ଲାର ମିର୍ଜାପୁର ପ୍ରାଇମେରୀ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ। ଜୁହି ନିଜ ପସନ୍ଦରୁ ବିବାହ କରିବାକୁ ଚାହୁଁଥିଲେ। ଝିଅର ଏଭଳି କଥାରେ ବାପା ରାଜି ନଥିଲେ। ସେ ଜୁହିକୁ ଅନେକ ଥର ବୁଝାଇବାକୁ ଚେଷ୍ଟା କରିଥିଲେ।  କିନ୍ତୁ ଝିଅ ତାଙ୍କ ଜିଦରେ ଅଟଳ ଥିଲେ।

ଜୁହି ବାପାଙ୍କୁ କହିଥିଲେ, ‘ମୁଁ ଶଶି(ପ୍ରେମିକ)ଙ୍କୁ କଥା ‌ଦେଇ ଦେଇଛି, ତାଙ୍କୁ ହଁ ବିବାହ କରିବି। ମୁଁ ପାଠପଢ଼ିଛି। ନିଜ ନିଷ୍ପତ୍ତି ନିଜେ ନେବି। କାରଣ ମୁଁ ନିଜଗୋଡ଼ରେ ନିଜେ ଛିଡା ହୋଇଛି।’

ଝିଅର ଏଭଳି କଥା ଶୁଣି ବାପା ନିଜ ରାଗ ଉପରୁ ନିୟନ୍ତ୍ରଣ ହରାଇ ଦେଇଥିଲେ। ସେ ନିଜର ଲାଇସେନ୍ସ ପ୍ର‌ାପ୍ତ ବନ୍ଧୁକ ବାହାର କରି ଝିଅକୁ ଗୁଳି କରିବା ସହିତ ନିଜେ ବି ଜୀବନ ହାରି ଦେଇଥିଲେ।

ସମ୍ବନ୍ଧିତ ଖବର