ମହିଳାଙ୍କ ପୋଷାକ ପିନ୍ଧି ରାତିରେ ବୁଲିବା ଇଞ୍ଜିନିୟର ଛାତ୍ରଙ୍କୁ ମହଙ୍ଗା ପଡ଼ିଲା

ଅଲବର: ରାଜସ୍ଥାନର ଅଲବର ଜିଲ୍ଲାରେ ନୀମରାନାରେ ଗତ ରାତିରେ ଜଣେ କଶ୍ମୀର ଛାତ୍ରଙ୍କୁ ଲୋକେ ନିସ୍ତୁକମାଡ ମାରିବାର ଘଟଣା ସାମ୍ନାକୁ ଆସିଛି। ଏହି ଛାତ୍ର ଜଣକ ମହିଳାଙ୍କ ପୋଷାକ ପିନ୍ଧି ବୁଲୁଥିବା ନଜର ଆସିଥିଲେ। ଲୋକମାନେ ଏହି ଛାତ୍ରକୁ ପିଲାଚୋର ଭାବି ଧରିନେଇ ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକମାଡ ମାରିଥିଲେ। ପରେ ଏହି ପିଲାଚୋର ବିଷୟରେ ପୁଲିସକୁ ଖବର ଦେଇ ଥିଲେ।

ନୀମରାଣା ଏସ୍‌ଏଚଓ ଜୟ ସିଂହଙ୍କ କହିବାନୁସାରେ, ବୁଧବାର ରାତି ପାଖାପାଖି ଆଠଟା ସମୟରେ ସୂଚନା ମିଳିଲା କି ମହିଳାଙ୍କ ପୋଷାକ ପିନ୍ଧି ଜଣେ ଯୁବକଙ୍କୁ ଲୋକମାନେ ଧରିଛନ୍ତି। ଏହି ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ଥାନାକୁ ନେଇ ଆସିଥିଲା। ପଚରାଉଚରା ସମୟରେ ଯୁବକ ନୀମରାନାର ଏରୋନାଟିକଲ ଇଞ୍ଜିନିୟରିଂ କଲେରେ ବିଟେକ୍‌ ଫାଇନାଲ୍‌ ଇୟର ଛାତ୍ର ବୋଲି ଜଣାପଡ଼ିଛି। ମୀରା ଫୈଦ ନାମକ ଏହି ଛାତ୍ର ଜମ୍ମୁ-କଶ୍ମୀରର ବାରମୁଳାରେ ବସବାସ କରେ। ଏହି ଘଟଣାକୁ ପୁଲିସ ଗମ୍ଭୀର ଭାବେ ନେଇ ତଦନ୍ତ ଆରମ୍ଭ କରିଛି।

ଧରାପଡ଼ିଥିବା ଏହି ଯୁବକଙ୍କ କହିବାନୁସାରେ, ତାଙ୍କୁ ଏଭଳି ମହିଳାଙ୍କ ପୋଷାକ ପିନ୍ଧାଇବା ପାଇଁ ଦୁଇଜଣ ଯୁବକ ବାଧ୍ୟ କରିଥିଲେ।

ସମ୍ବନ୍ଧିତ ଖବର