ଶ୍ରୀନଗର: ୨୦୧୮ ଡିସେମ୍ବର ୧୨ ତାରିଖରେ ନୋଇଡାରୁ ନିଖୋଜ ହୋଇଥିବା ନୋଇଡ଼ାର ଏକ ବେସରକାରୀ ବିଶ୍ୱ ବିଦ୍ୟାଳୟର ଜଣେ ଛାତ୍ର ଏବେ ପାକିସ୍ତାନ ଜେଲ୍ରେ ଥିବା ସୂଚନା ମିଳିଛି। ଏହି ଛାତ୍ର ଜଣଙ୍କର ପରିବାର ଲୋକ ପୁଲିସ୍ରେ ଏହି ସୂଚନା ଦେଇଛନ୍ତି।
ଛାତ୍ର ଜଣକ ହେଉଛନ୍ତି ୨୧ ବର୍ଷିଅ ସେୟଦ ଓ୍ଵାହିଦ୍। ପାଞ୍ଚ ମାସ ତଳେ ସେ ଉତ୍ତରପ୍ରଦେଶର ସ୍ଥିତ ନେଇଡ଼ାର ଏକ ୟୁନିଭରସିଟିରୁ ନିଖୋଜ ହୋଇଥିଲେ।
ଓ୍ଵାହିଦ୍ଙ୍କ ବାପା ନିକଟରେ ପୁଲିସ୍ରେ ଅଭିଯୋଗ ଆଣି କହିଛନ୍ତି ଯେ ତାଙ୍କ ନିକଟକୁ ପାକିସ୍ତାନରୁ ଏକ କଲ୍ ଆସିଥିଲା। ପାକିସ୍ତାନ ଜେଳ୍ର ଜଣେ କଏଦୀ ତାଙ୍କୁ ତାଙ୍କୁ ସୂଚୀତ କରିଥିଲେ ଯେ ତାଙ୍କ ପୁଅ ପାକିସ୍ତାନ ଜେଲ୍ରେ ଅଛନ୍ତି ବୋଲି।
ଏହି ଅଭିଯୋଗରେ କେତେ ସତ୍ୟାସତ୍ୟ ରହିଛଇ ତାହା ଜାଣିବା ପାଇଁ ଏବେ ପୁଲିସ୍ ତଦନ୍ତ ଆରମ୍ଭ କରିଛି। ସେୟଦ ଓ୍ଵାହିଦ୍ଙ୍କ ପରିବାର ଲୋକ ଉତ୍ତରପ୍ରଦେଶ ପୁଲିସ୍ ଷ୍ଟେସନ୍ରେ ଅଭିଯୋଗ ଆଶି ତାଙ୍କ ପୁଅକୁ ମୁକୁଳାଇ ଆଣିବା ପାଇଁ ଦାବି କରିଛନ୍ତି।