କୋଟୟାମ: ଫେସବୁକ୍‌ରେ ବନ୍ଧୁୁତ୍ୱ କରି ବ୍ରିଟିସ ମହିଳାଙ୍କୁ ପାଦ୍ରୀ ଦୁଷ୍କର୍ମ କରିଥିବା ଅଭିଯୋଗ

କୋଟୟାମ:କେରଳର ଏକ ଚର୍ଚ୍ଚର ଜଣେ ଫାଦର ପେସବୁକ୍‌ ମାଧ୍ୟମରେ ଜଣେ ବାଂଲାଦେଶୀ ବ୍ରିଟିଶ ମହିଳାଙ୍କ ସହିତ ବନ୍ଧୁତ୍ୱ କରିବା ସହିତ ତାଙ୍କୁ କେରଳ ବୁଲି ଆସିବାକୁ ନିମନ୍ତ୍ରଣ ଜଣାଇଥିଲେ। ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇଥିିବା ମହିଳାଜଣକ ତାଙ୍କର ଜଣେ ବନ୍ଧୁଙ୍କ ସହିତ ଆସି କେରଳରେ ପହଞ୍ଚିବା ପରେ ସମ୍ପୃକ୍ତ ଚର୍ଚ୍ଚର ପାଦ୍ରୀ ତାଙ୍କୁ ବଳାତ୍କାରେ କରିଥିଲେ। ଘଟଣା ଗତ ଜାନୁଆରି ମାସରେ ଘଟିଥିବା ବେଳେ ଗତ ୮ ତାରିଖ ଦିନ ମହିଳାଜଣକ ସମ୍ପୃକ୍ତ ପାଦ୍ରୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ପାଦ୍ରୀଙ୍କ ବିରୋଧରେ ଜଣେ ବିଦେଶିନୀ ଦୁଷ୍କର୍ମର୍ ଅଭିଯୋଗ କରିବା ଜଣାପଡ଼ିବା ପରେ ସମ୍ପୃକ୍ତ ପାଦ୍ରୀ ଜଣକ ଫେରାର ହୋଇ ଯାଇଛନ୍ତି।


ପୁଲିସ ସୂତ୍ରରୁ ପ୍ରକାଶ ଯେ ବାଂଲାଦେଶରେ ଜନ୍ମିତ ୪୪ ବର୍ଷୀୟ ବ୍ରିଟିସ ନାଗରିକ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇଥିବା ବେଳେ ତାଙ୍କର ଜଣେ ୨୨ ବର୍ଷୀୟ ପୁଅ ଅଛି। ତେବେ କେରଳର ପେରୁମଥୁରୁତୁସ୍ଥିତ ସେଣ୍ଟ ମାଥ୍ୟୁସ ଚର୍ଚ୍ଚର ପାଦ୍ରୀ ଫାଦର ଥମାସ ଥାନ୍ନିନିଲ କୁମତାସାଥିଲ ସମ୍ପୃକ୍ତ ସ୍ୱାମୀ ପରିତ୍ୟକ୍ତା ବ୍ରିଟିସ ମହିଳାଙ୍କ ସହିତ ଫେସ୍‌ବୁକ୍‌ ମାଧ୍ୟମରେ ବନ୍ଧୁତ୍ୱ ସ୍ଥାପନ କରିଥିଲେ। ଫେସବୁକ୍‌ ବନ୍ଧୁୁତ୍ୱରୁ ତାଙ୍କୁ କେରଳ ବୁଲି ଆସିବାକୁ ପାଦ୍ରୀ ଜଣକ ନିମନ୍ତ୍ରଣ ଜଣାଇଥିଲେ। ଗତ ଡିସେମ୍ବର ୩୧ ତାରିଖ ଦିନ ବ୍ରିଟିସ ମହିଳା ଜଣକ ତାଙ୍କର ଜଣେ ବ୍ରିଟିସ ବନ୍ଧୁ କେନେଡି ମିଳନ୍ଦିଙ୍କ ସହିତ ଆସି କେରଳରେ ପହଞ୍ଚିବା ସହିତ ସେଠାରେ ୭ ଦିନ ପାଇଁ ରହିଥିଲେ। ଗତ ଜାନୁଆରି ୭ ତାରିଖ ଦିନ ସେ ମୁମ୍ବାଇ ଯିବା ସହ ଜାନୁଆରି ୧୨ ତାରିଖ ଦିନ ଲଣ୍ଡନ ଫେରି ଯାଇଥିଲେ। ତେବେ ଫେବ୍ରୁଆରି ୮ ତାରିଖ ଦିନ ବ୍ରିଟିସ ମହିଳା ଜଣକ ଭାରତ ଆସି କଦୁଥୁରୁଥି ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ଯେ ସେ ଯେଉଁଦିନ ଆସି କେରଳରେ ପହଞ୍ଚିଲେ ତା ପର ଦିନ ପାଦ୍ରି ଜଣକ ତାଙ୍କୁ ଦୁଷ୍କର୍ମ କରିଥିଲେ।

କେବଳ ସେତିକି ନୁହେଁ ତାଙ୍କ ପାଖରେ ଥିବା ମୁଲ୍ୟବାନ ହୀରାର ମୁଦି, ମୋବାଇଲ ଫୋନ, ସୁନା ଅଳଙ୍କାର ସହିତ ଅନ୍ୟାନ୍ୟ କେତେକ ସାମଗ୍ରୀ ମଧ୍ୟ ପାଦ୍ରୀଜଣକ ନେଇ ଯାଇଥିଲେ। ଏ ନେଇ ପୁଲିସ ଏକ ଦୁଷ୍କର୍ମ ଓ ଲୁଟ୍‌ ମାମଲା ରୁଜୁ କରିଛନ୍ତି। ତେବେ ଅଭିଯୁକ୍ତ ପାଦ୍ରୀ ଜଣକ ଫେରାର ହୋଇଯାଇଥିିବା ବେଳେ ଚର୍ଚ୍ଚ କର୍ତ୍ତୃପକ୍ଷ ତାଙ୍କ ଠାରୁ ପାଦ୍ରୀ ଦାୟିିତ୍ୱ କାଢ଼ି ନେଇଛନ୍ତି।

ସମ୍ବନ୍ଧିତ ଖବର