ତିରୁବନନ୍ତପୁରମ୍: ଜଣେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ କେରଳର କଂଗ୍ରେସ ନେତା ଓମ୍ ଜର୍ଜଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ସେ କେଉଁଆଡ଼େ ଫେରାର୍ ହୋଇ ଯାଇଛନ୍ତି। ପୁଲିସ୍ ଓମ୍ ଜର୍ଜଙ୍କ ବିରୋଧରେ ପୋସ୍କା ଆକ୍ଟ ଅଧୀନରେ ଏକ ମାମଲା ରୁଜୁ କରି ତାଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।
ଜର୍ଜ ପୂର୍ବରୁ ଓୟନାଡ ଜିଲ୍ଲା କଂଗ୍ରେସର ସାଧାରଣ ସଚିବ ଥିଲେ। ତାଙ୍କ ନାମରେ ଅଭିଯୋଗ ଆସିବା ପରେ ତାଙ୍କୁ ଦଳକୁ ନିଲମ୍ବିତ କରାଯାଇଛି। ଏ ନେଇ କେରଳର କଂଗ୍ରେସ ମୁଖ୍ୟ କହନ୍ତି କି ଦଳ ଏସବୁକୁ କୌଣସି ମତେ ସହ୍ୟ କରିବ ନାହିଁ। ଏହି ମାମଲାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଦଳ ପକ୍ଷରୁ ପୁଲିସ୍କୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ଓମ୍ ଜର୍ଜଙ୍କ ଘରେ ୧୭ ବର୍ଷୀୟା ପୀଡ଼ିତା ନାବାଳିକା ଗୃହ ସହାୟିକା ଭାବେ କାମ କରୁଥିଲେ। ଜର୍ଜ ଅନେକ ସମୟରେ ଉକ୍ତ ନାବାଳିକା ସହ ଏପରି କରୁଥିଲେ ବୋଲି ନାବାଳିକା ଜଣକ ନିଜ ଘରେ କହିଛନ୍ତି। ପ୍ରାୟ ବର୍ଷେ ହେବ ଏପରି କରିବା ସହ ଏକଥା କାହାକୁ ନକହିବା ପାଇଁ ଡରାଇ ଧମକାଇ ରଖିଥିଲେ ବୋଲି ସୂଚନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/police-generic_650x400_81518352532.jpg)