ନୂଆଦିଲ୍ଲୀ: କେରଳର ଇଡୁକ୍କି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ୫ଜଣ ସାଙ୍ଗଙ୍କ ବିରୋଧରେ ଏକ ବାଘକୁ ମାରି ତାର ମାଂସ ଖାଇବା ଅଭିଯୋଗ ହୋଇଛି।
ପ୍ରକାଶିତ ରିପୋର୍ଟ ମୁତାବକ, ବାଘକୁ ମାରି ତାର ମାଂସ ଖାଇଥିବାର ଏହି ଘଟଣା ଗତ ବୁଧବାର ଘଟିଥିଲା। ଇଡୁକ୍କିରେ ବସବାସ କରୁଥିବା ଜଣେ ଯୁବକ ଘର ପାଖରେ ଏକ ଜାଲ ପକାଇଥିଲେ। ଏହି ଜାଲରେ ଏକ ୫୦ କିଲୋର ଚିତା ବାଘ ଫସିଗଲା। ଯାହାର ବୟସ ୬ରୁ ୭ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ତେବେ ଏହି ବାଘଟି ଅନେକ ସମୟରେ ଜଙ୍ଗଲରୁ ଆସି ଫାର୍ମ ହାଉସ ଭିତରେ ପଶି ଅନେକ ପଶୁପକ୍ଷୀଙ୍କୁ କ୍ଷତି ପହଞ୍ଚାଇଥାଏ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
/sambad/media/post_attachments/cf9e418b6c49707daf2d22c276397dc23381bd9d300056e38603cebb015ea958.jpg)
ତେଣୁ ବାଘକୁ ଧରିବା ପାଇଁ ଜାଲ ବିଛା ଯାଇଥିଲା। ଯେମିତି ହିଁ ବାଘ ଜାଲରେ ଫସିଥିଲା ତାକୁ ନଛାଡ଼ି ୫ଜଣ ସାଙ୍ଗ ମିଶି ତାକୁ କାଟି ତାର ମାଂସ ରୋଷେଇ କରି ଖାଇଥିଲେ।
ଏହି ଘଟଣା ପ୍ରଘଟ ହୋଇଯିବା ପରେ ପୁଲିସ ଉକ୍ତ ଘଟଣାରେ ସମ୍ପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ୫ ଅଭିଯୁକ୍ତ ହେଲେ ବିନୋଦ, କୁରିକୋସ୍, ବିନୁ, କୁଞ୍ଜଜାପନ୍ ଏବଂ ଭିନ୍ସେଣ୍ଟ୍। ଏମାନଙ୍କ ଘର ମୁନିପାରା ସାବମାନକୁଲମରେ ବୋଲି ଜଣାପଡ଼ିଛି।
ମାନକୁଲମ୍ ରେଞ୍ଜ ଅଧିକାରୀ ଉଦୟ ସୁରିଆଙ୍କ କହିବାନୁସାରେ, ବିନୋଦ ଘରୁ ୧୦ କିଲୋ ମାଂସ ମଧ୍ୟ ଜବତ ହୋଇଛି। ଏମାନେ ଚିତାର ନଖ, ଚମଡା ଓ ଦାନ୍ତ ବିକ୍ରି କରିବାକୁ ମଧ୍ୟ ଯୋଜନା କରିଥିଲେ। '
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/2_08_51_07_Leopard_1_H@@IGHT_391_W@@IDTH_753.jpg)