ଆଇଏସ୍‌ଆଇଏସ୍‌ରେ ଯୋଗ ଦେବାକୁ ମନା କରିବାରୁ ହିନ୍ଦୁ ଯୁବତୀଙ୍କୁ ନିର୍ଯାତନା

ତିରୁବନନ୍ତପୁରମ୍‌: ଜଣେ ହିନ୍ଦୁ ଯୁବତୀ ଅଭିଯୋଗ ଆଣି କହିଛନ୍ତି ଯେ ତାଙ୍କୁ ଇସ୍‌ଲାମିକ୍‌ ଷ୍ଟେଟ୍‌ରେ ଯୋଗ ଦେବା ପାଇଁ ବାଧ୍ୟ କରାଯାଉଥିଲା ଓ ସେ ମନା କରିବାରୁ ତାଙ୍କୁ ନିର୍ଯାତନା ଦିଆଯାଇଛି। ପଠନମଥିଟା ଜିଲ୍ଲାରେ ଥିବା ଏକ ଅଦାଲତରେ ଯୁବତୀ ଜଣଙ୍କ କହିଛନ୍ତି ଯେ ତାଙ୍କୁ ଜଣେ ନର୍ସ ଭାବେ ଯୋଗ ଦେବାକୁ ବାଧ୍ୟ କରାଯାଉଥିଲା। ମାତ୍ର ସେ ମନା କରିବାକୁ ତାଙ୍କୁ ନିର୍ଯାତିତ କରାଯାଇଛି।

ହିନ୍ଦୁ ଯୁବତୀ ଜଣକ ଅଭିଯୋଗ ଆଣି କହିଛନ୍ତି ଯେ ସେ କିଛି ବର୍ଷ ତଳେ ତେଲେଙ୍ଗାନାରେ ଜଣେ ମୁସ୍‌ଲମାନ ଯୁବକଙ୍କୁ ଭେଟିଥିଲେ। ଆରମ୍ଭରୁ ଯୁବକ ଜଣକ ଖ୍ରୀଷ୍ଟିୟାନ୍‌ ଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ସେ ଇସ୍‌ଲାମକୁ ଧର୍ମାନ୍ତରୀକରଣ ହୋଇଥିଲେ। ଯୁବତୀଙ୍କ କହିବା ମୁତାବକ ସେ ଉକ୍ତ ଯୁବକଙ୍କ ସହ ଘନିଷ୍ଠ ହେବାକୁ ଲାଗିଲେ। ଏପରିକି ତାଙ୍କ ସାଙ୍ଗରେ ରହିବାକୁ ବି ଲାଗିଲେ। ଯୁବତୀ ଜଣକ ଗର୍ଭବତୀ ହେବା ପରେ ଯୁବକ ତାଙ୍କୁ ବଳପୂର୍ବକ ପିଲା ନଷ୍ଟ କରିବାକୁ କହିଥିଲେ।

ଯୁବତୀ ବିବାହ ପ୍ରସ୍ତାବ ଦେବାରୁ ଯୁବକ ଜଣକ ମନା କରିଦେଲେ। ତା’ପରେ ଟଙ୍କା ପାଇଁ ଯୁବକ ଜଣକ ଯୁବତୀଙ୍କୁ ଆଇଏସ୍‌ଆଇଏସ୍‌ରେ ନର୍ସ ଭାବେ କାମ କରିବାକୁ କହିବାରୁ ଯୁବତୀ ରାଜି ହୋଇନଥିଲେ ଫଳରେ ସେ ଦୁହଁଙ୍କର ୨୦୧୭ ମସିହାରେ ବିଚ୍ଛେଦ ହୋଇଥିଲା। କେବଳ ସେତିକି ନୁହେଁ, ଏହି କାରଣରୁ ଯୁବତୀଙ୍କୁ ବହୁ ନିର୍ଯାତନା ସହ୍ୟ କରିବାକୁ ପଡ଼ିଛି।

ସମ୍ବନ୍ଧିତ ଖବର