ସ୍ପଷ୍ଟ ଦିବାଲୋକରେ ବିଚ୍‌ ରାସ୍ତାରେ ଅସଦାଚାରଣ; ମହିଳା ଓ ନାବାଳିକାଙ୍କୁ ଚତୁରତାର ସହ ସ୍ପର୍ଶ କରୁଥିବା ହୋମଗାର୍ଡର ଭିଡିଓ ଭାଇରାଲ୍‌

କୋଚି: କେରଳର କୋଚିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତି ରାସ୍ତା ମଝିରେ ମହିଳା ଓ ଯୁବତୀମାନଙ୍କୁ ଖୋଲାଖୋଲି ଭାବେ ଖରାପ ବ୍ୟବହାର ଦେଖାଉଥିବାର ଜାଣିବାକୁ ମିଳିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ୫୮ ବର୍ଷିଅ ହୋମ୍‌ଗାର୍ଡ ଶିବ କୁମାର। ଶିବ କୁମାର ନିଜ ପାଖରେ ଯାଉଥିବା ମହିଳା ବା ଯୁବତୀମାନଙ୍କ ଦେହରେ ଅଶାଳୀନ ଭାବେ ହାତ ବଜାଇବା ପାଇଁ ନିଜ ହାତକୁ ଜାଣି ଜାଣି ଚଉଡ଼େଇ ଦେଉଥିବା ଧରାପଡ଼ିଛି। କେବଳ ମହିଳା ବା ଯୁବତୀ ନୁହଁନ୍ତି, ନାବାଳିକାଙ୍କ ସହ ବି ସେ ଏପରି ଆଚରଣ କରୁଥିବା ଜାଣିବାକୁ ମିଳିଛି। ବିଶେଷ କରି ସ୍କୁଲ୍‌ ଆରମ୍ଭ ହେବା ପୂର୍ବରୁ ଓ ସରିବା ପରେ ସେହି ଅଞ୍ଚଳରେ ମହିଳା ଓ କୁନି କୁନି ଝିଅମାନେ ସେହି ରାସ୍ତାରେ ବହୁଳ ମାତ୍ରାରେ ଯାତାୟତ କରନ୍ତି। ଅଭିଯୁକ୍ତଙ୍କର ଏହି ମନ୍ଦ ଆଚରଣକୁ ସେଠାରେ ଠିଆ ହୋଇଥିବା ଜଣେ ଦେଖଣାହାରୀ ସୁଟ୍‌ କରିବା ପରେ ଏହି ଅଶୋଭନୀୟ ଭିଡିଓ ଏବେ ଚାରିଆଡ଼େ ଭାଇରାଲ୍‌ ହୋଇଛି।

ଏହି ଭିଡିଓଟି କୋଚିସ୍ଥିତ ଥେବରଠାରେ ଥିବା ଲର୍ଡସ୍‌ ମଠ ଚର୍ଚ ବାହାରର। ସୋସିଆଲ୍‌ ମିଡିଆରେ ଏହି ଭିଡିଓଟି ମଙ୍ଗଳବାର ଭାଇରାଲ୍‌ ହୋଇଛି। ଭିଡିଟିରେ ସ୍ପଷ୍ଟ ଦିଶୁଛି ଯେ ପୁଲିସ୍‌ ପୋଷାକରେ ଥିବା ହୋମଗାର୍ଡ ଜଣକ ଜଣେ ମହିଳାଙ୍କୁ ଅସଙ୍ଗତ ଭାବେ ସ୍ପର୍ଶ କରୁଛନ୍ତି।

ସମ୍ବନ୍ଧିତ ଖବର