ଛୋଟ କଥା ପାଇଁ ଡ୍ରାଇଭରକୁ ବାଡ଼େଇଲା ଝିଅ, ଆଇପିଏସ୍‌ ବାପର ପଦ ଗଲା

ସରକାରୀ କର୍ମଚାରୀକୁ ବ୍ୟକ୍ତିଗତ କାର୍ଯ୍ୟରେ ଲଗାଇବା ନେଇ ମାମଲା ରୁଜୁ

କେରଳ: ପୁଲିସ୍‌ ଡ୍ରାଇଭର୍‌କୁ କେରଳ ପୁଲିସର ଏଡିଜିପି ସୁରେଶ କୁମାରଙ୍କ ଝିଅ ପିଟିଥିବା ଅଭିଯୋଗ ପରେ  ଏଡିଜିପି ପଦବିରୁ ସୁରେଶଙ୍କୁ ହଟାଇଛନ୍ତି ସରକାର । ଏବେ ସେ ଜଣେ ବିଭାଗ ବିହୀନ ଅଧିକାରୀ ।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏଯାବତ୍‌ ତାଙ୍କୁ କୌଣସି ନୂତନ ନିଯୁକ୍ତି ଦିଆଯାଇ ନାହିଁ। ସୁରେଶ କୁମାରଙ୍କ ବଦଳରେ ତାଙ୍କ କାର୍ଯ୍ୟଭାର ସମ୍ଭାଳିବାକୁ ଏଡିଜିପି ଅନନ୍ତ କ୍ରିଷ୍ଣନଙ୍କୁ ନିର୍ଦେଶ ଦିଆଯାଇଛି।

ସୁରେଶ କୁମାରେଙ୍କ ଝିଅ ସ୍ନିକ୍‌ତାଙ୍କୁ ମିୟୁଜିୟମ୍‌ ପୁଲିସ୍‌ ଗିରଫ କରିଛି। ସେ ପୁଲିସ୍‌ ଗାଡ଼ି ଚାଳକ ଗାଭାସ୍କରଙ୍କୁ ପିଟିଥିବାରୁ ତାଙ୍କୁ ଗିରଫ କରାଯାଇଛି। ସ୍ନିକ୍‌ତାଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ଚାଳକଙ୍କୁ ମଧ୍ୟ କିରଫ କରିଛି।

ପୁଲିସ୍‌ ଗାଡ଼ି ଚାଳକଙ୍କୁ ନିଜର ବ୍ୟକ୍ତିଗତ କାର୍ଯ୍ୟରେ ଲଗାଇଥିବାରୁ ଏଡିଜିପି ସୁରେଶ କୁମାର ଏବଂ ତାଙ୍କ ପରିବାର ଲୋକଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି।

ଚାଳକ ଗାଭାସ୍କର ମାଡ଼ ଖାଇବା ପରେ ତାଙ୍କ ପତ୍ନୀ ରେସ୍ମା ଏବଂ ଭଉଣୀ ମୁମତାଜ୍‌ କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନ୍‌ଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।

ପୁଲିସ୍‌ କର୍ମଚାରୀ ବି ମୁଖ୍ୟମନ୍ତ୍ରୀଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଥିଲେ। ଘଟଣାର ତଦନ୍ତ କରି ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ଜାଣିବାକୁ ମିଳିଛି ଯେ ସୁରେଶ କୁମାରଙ୍କ ଝିଅ ପ୍ରାତଃ ଭ୍ରମଣ ପାଇଁ ଯାଇଥିଲେ। ତାଙ୍କୁ ଯାଇ ଉଚିତ ସମୟରେ ଡ୍ରାଇଭର୍‌ ଆଣି ନପାରିବାରୁ ଉତ୍ତ୍ୟକ୍ତ ହୋଇ  ତାଙ୍କୁ ବାଡ଼େଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର