ତିରୁଅନ୍ତପୁରମ: କେରଳର ନେୟାଟିଙ୍କରା ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ ପୁଲିସ ବି ହରିକୁମାର କିଛି ଦିନ ଆତ୍ମ ଗୋପନ କରିବା ପରେ ଆଜି ତାଙ୍କ ଘର ଭିତରେ ବେକରେ ଫାଶି ଳଗାଇ ଆତ୍ମହତ୍ୟା କରିଛନ୍ତି। ଜଣେ ଯୁବକଙ୍କ ସହିତ ପାର୍କିଂ ନେଇ ଗଣ୍ଡଗୋଳ କରିବା ସହିତ ଡିଏସପି ହରିକୁମାର ଓ ତାଙ୍କ ସହଯୋଗୀ ଯୁବକଙ୍କୁ ଗାଡ଼ି ଆଗକୁ ଠେଲି ଦେଇଥିଲେ। ଫଳରେ ଦୃତଗତିରେ ଆସୁଥିବା ଏକ କାର ତାଙ୍କ ଉପରେ ଚଢ଼ିଯିବା ସହିତ ଯୁବକଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ମୃତ ଯୁବକଙ୍କ ପରିବାର ଅନଶନରେ ବସିଥିବା ବେଳେ ଆଜି ବି ହରିହରଙ୍କ ଆତ୍ମହତ୍ୟା ପରେ ସେମନେ ସେମାନଙ୍କ ଅନଶନ ଆନ୍ଦୋଳନକୁ ପ୍ରତ୍ୟାହାର କରି ନେଇଛନ୍ତି।
ସୂଚନାଯୋଗ୍ୟ ଯେ ଗତ ନଭେମ୍ବର ୫ ତାରିଖ ଦିନ ସନଲ କୁମାର ନାମକ ଜଣେ ଯୁବକଙ୍କୁ ଡିଏସପି ହରିକୁମାର କାର ଆଗକୁ ଠେଲି ହତ୍ୟା କରିଥିିବାର ଭିଡ଼ିଓ ଫୁଟେଜ୍ ଭାଇରାଲ ହେବା ପରେ ତାଙ୍କୁ ତୁରନ୍ତ ନିଲମ୍ବନ କରାଯାଇଥିଲା। ତା ପର ଠାରୁ ବି ହରିକୁମାର ଫେରାର ହୋଇ ଯାଇଥିଲେ। ଏ ନେଇ ମୃତ ସନାଲଙ୍କ ପତ୍ନୀ ବିଜି ଯେଉଁ ସ୍ଥାନରେ ସନାଲଙ୍କୁ ହତ୍ୟା କରାଯାଇଥିଲା ସେହି ସ୍ଥାନରେ ଆମରଣ ଅନଶନ ଆରମ୍ଭ କରିଥିଲେ। ତେବେ ଆଜି ବି ହରିହରନ ତାଙ୍କ ତିରୁଅନନ୍ତପୁର ନିକଟସ୍ଥ କଲ୍ଲାମ୍ବଲମ ସ୍ଥିତ ବାସଭବନରେ ବେକରେ ଫାଶି ଦେଇ ଆତ୍ମହତ୍ୟା କରିଥିବା କଲାମ୍ବଲମ ଥାନା ପକ୍ଷରୁ କୁହାଯାଇଛି।
ଯୁବକଙ୍କୁ ଗାଡ଼ିଆଗକୁ ଠେଲି ହତ୍ୟା କରିଥିବା ପୁଲିସ ଡିଏସପିଙ୍କ ଆତ୍ମହତ୍ୟା
/sambad/media/post_attachments/wp-content/uploads/2018/11/b_harikumar_kerala_cop.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)