ଘରକୁ ଫେରୁଥିବା ସମୟରେ ମହିଳା ପୁଲିସକର୍ମୀଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲେ ଅଭିଯୁକ୍ତ

ଅଲାପ୍ପୁଝା : କେରଳ ଅଲାପ୍ପୁଝାରେ ଜଣେ ମହିଳା ପୁଲିସକର୍ମୀଙ୍କୁ ଜିଅନ୍ତା ଜାଳି ଦିଆଯିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଶନିବାର ଅପରାହ୍ନରେ ଏହି ଘଟଣା ଘଟିଥିବା ବେଳେ ଘଟଣାସ୍ଥଳରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଭଳି କରିବା ପଛର କାରଣ ସାମ୍ନାକୁ ଆସି ନଥିବା ବେଳେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରି ନେଇଛି ପୁଲିସ ।

Catch News

ସୂଚନା ମୁତାବକ, ମୃତ ପୁଲିସକର୍ମୀ ସୌମ୍ୟା ନିଜ ସ୍କୁଟି ଯୋଗେ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ନିଜ କାର୍‌ରେ ଆସି ପୀଡ଼ିତାଙ୍କୁ ଅଟକାଇଥିଲେ । କିଛି ବୁଝିବା ପୂର୍ବରୁ ଅଭିଯୁକ୍ତ ପେଟ୍ରୋଲ ଢ଼ାଳି ପୀଡ଼ିତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ । ଏହି ସମୟରେ ଅଭିଯୁକ୍ତ ମଧ୍ୟ ଆହତ ହୋଇଥିବା ସାମ୍ନାକୁ ଆସିଛି । ଏ ନେଇ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ପୁଲିସ ଅଭିଯୁକ୍ତକୁ ଡ଼ାକ୍ତରଖାନା ପଠାଇଥିଲା । ପରେ ସେଠାରୁ ତାକୁ ଗିରଫ କରାଯାଇଛି । ତେବେ ଅଭିଯୁକ୍ତ ଏଭଳି ପଦକ୍ଷେପ ନେବାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ ।

ସମ୍ବନ୍ଧିତ ଖବର