‌‌କେଶୁରା ବଧୂହତ୍ୟା ଘଟଣା, ଶ୍ବଶୁର ଓ ଦିଅର ଗିରଫ

ଭୁବନେଶ୍ବର: କେଶୁରା ଆଶୁତୋଷନଗର କଲୋନି ଅଞ୍ଚଳର ମହିଳା ପ୍ରୀତିମତି ମହାରଣାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସହିଦନଗର ଥାନା ପୁଲିସ ଆଜି ଆଉ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ଶ୍ବଶୁର ଆର୍ତ୍ତତ୍ରାଣ ମହାରଣା(୬୭) ଓ ଦିଅର ପବିତ୍ର ମହାରଣା(୨୫)। ଏହି ଘଟଣାରେ ପୁଲିସ ଗତ ୬ ତାରିଖ ଦିନ ସ୍ୱାମୀ ପ୍ରଭାତ ଓ ଶାଶୂ ଭାନୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ପୁଲିସ ସୂଚନା ମୁତାବକ, ୪ ବର୍ଷ ତଳେ କେନ୍ଦ୍ରାପଡ଼ା ଅଞ୍ଚଳର ପ୍ରୀତିମତି ପ୍ରଭାତଙ୍କୁ ବିବାହ କରିଥିଲେ। ଯୌତୁକ ପାଇଁ ପ୍ରଭାତ ଏବଂ ତାଙ୍କ ପରିବାରଲୋକ ପ୍ରୀତିମତିଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦେଇଆସୁଥିଲେ। ଗତ ୫ ତାରିଖ ଅପରାହ୍‌ଣ ପ୍ରାୟ ସାଢ଼େ ୨ଟାରେ ପ୍ରୀତିମତିଙ୍କ ଶବ ଘରେ ଝୁଲୁଥିବା ଦେଖି ପ୍ରଭାତଙ୍କ ପରିବାରଲୋକ ସହିଦନଗର ଥାନାକୁ ଜଣାଇଥିଲେ। ତେବେ ଝିଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଛି ବୋଳି ବାପା ବଙ୍ଗାଳି ଓଝା ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର