ଭୁବନେଶ୍ବର: ଜଣେ ନାବାଳିକାକୁ ଅପହରଣ କରିବାରେ ସହଯୋଗ କରିଥିବା ଦୁଇ ଅଭିଯୁକ୍ତଙ୍କୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ, ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳର ରବୀନ୍ଦ୍ର ଘଡ଼େଇ(୪୭) ଓ ବିଷ୍ଣୁ ଘଡ଼େଇ(୨୩)। ପୁଲିସ ସୂଚନା ମୁତାବକ, କେଦାରପଲ୍ଲୀ ବସ୍ତିର ଦିନେଶ ଘଡ଼େଇ ନୂଆପଲ୍ଲୀ ଆଇଆର୍ସି ଭିଲେଜ୍ ଏସ୍-୪ ଅଞ୍ଚଳର ଜଣେ ନାବାଳିକାଙ୍କୁ ଏକତରଫା ଭାବେ ଭଲ ପାଉଥିଲା। ତାଙ୍କୁ ବିଭିନ୍ନ ସମୟରେ ହଇରାଣ କରିବା ସହ ବାଟରେ ଅଟକାଇ ପ୍ରେମ ନିବେଦନ କରୁଥିଲା। କିନ୍ତୁ ଦିନେଶ କଥାରେ ରାଜି ନହେବାରୁ ସେ ନାବାଳିକାଙ୍କୁ ଅପହରଣ ପାଇଁ ଯୋଜନା କରିଥିଲା। ଯୋଜନା ମୁତାବକ, ଗତ ଫେବ୍ରୁଆରି ୨ ତାରିଖ ସନ୍ଧ୍ୟାରେ ନାବାଳିକା ଘରକୁ ଫେରୁଥିବା ବେଳେ ଦିନେଶ ନାବାଳିକାଙ୍କୁ ଅପହରଣ କରିନେଇଥିଲା। ଯେଉଁଥିରେ ରବୀନ୍ଦ୍ର ଓ ବିଷ୍ଣୁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏନେଇ ନାବାଳିକାଙ୍କ ପରିବାର ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ନାବାଳିକାକୁ ଅପହରଣ, ୨ ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2019/06/arrest-aa.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)