ବାଲିଅନ୍ତା: ବାଲିଅନ୍ତା ଥାନା ଅଧୀନ ବାଳକାଟି ଅଞ୍ଚଳର ରାମ ଓରଫ ସନ୍ଦୀପ ସାହୁ ନାମକ ଜଣେ ଯୁବକଙ୍କୁ ଧଉଳି ଥାନା ଅଞ୍ଚଳର କିଛି ଉତ୍ତ୍ୟକ୍ତ ଯୁବକ ଉଠାଇ ନେଇଛନ୍ତି। ତାଙ୍କ ସହ ଥିବା କମଳାକାନ୍ତ ବେହେରା ନାମକ ଆଉ ଜଣେ ଯୁବକଙ୍କୁ ମଧ୍ୟ ସେମାନେ ମାଡ଼ ମାରି ଗୁରୁତର କରିଛନ୍ତି। ଏନେଇ ବାଳକାଟି ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଧଉଳି ଥାନା ଅଞ୍ଚଳର ୭ ଜଣ ଯୁବକ ବାଳକାଟି ସୀମାର ବିଚ ରାସ୍ତାରେଏଭଳି ଆତଙ୍କରାଜ କରିଛନ୍ତି। ପୂର୍ବ ବିବାଦକୁ କେନ୍ଦ୍ର କରି ଆଜି ସଂଧ୍ୟାରେ ରାଗ ସୁଝାଇବାକୁ ଯାଇ ସେମାନେ ପୁଣି ଗଣ୍ଡଗୋଳ କରିଥିବା ଜଣାପଡ଼ିଛି। ବାଳକାଟି ଅଞ୍ଚଳର ଶତାଧିକ ଲୋକ ଧଉଳି ଥାନାରେ ପହଞ୍ଚି ପୁଲିସକୁ ଘେରି ନ୍ୟାୟ ପାଇଁ ଦାବି କରିଛନ୍ତି। ରାତି ପ୍ରାୟ ୧୦ଟାରେ ଧଉଳି ପୁଲିସ ଦଳ ଅପହୃତ ଯୁବକଙ୍କୁ ତାଙ୍କ କବଳରୁ ଉଦ୍ଧାର କରି ବାଳକାଟି ଲୋକଙ୍କ ଜିମା ଦେଇଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ, ଦୀପାବଳି ଅମାବାସ୍ୟା ରାତିରେ ଉଭୟ ଗୋଷ୍ଠୀର ଯୁବକମାନେ ମୁହାଁମୁହିଁ ହୋଇ ମାରପିଟ ହୋଇଥିଲେ। ଆଜି ରାମ ଓ କମଳା ବାଇକରେ ଭୁବନେଶ୍ବରରୁ ଘରକୁ ଫେରୁଥିବା ବେଳେ ଧଉଳିର ଯୁବକମାନେ ଉଭୟଙ୍କୁ ମାଡ଼ମାରି ରାମକୁ ଅପହରଣ କରି ନେଇଥିଲେ। ଏହି ଖବର ପ୍ରଚାର ହୋଇଯିବା ପରେ ବାଳକାଟିର ଲୋକମାନେ ଥାନାରେ ପହଞ୍ଚି ରାମକୁ ଉଦ୍ଧାର କରିବା ପାଇଁ ଅଭିଯୋଗ କରିଥିଲେ । ଦୁଇ ପକ୍ଷଙ୍କୁ ଧଉଳି ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି ।
ବାଳକାଟିରୁ ଯୁବକଙ୍କୁ ଉଠାଇ ନେଲେ
/sambad/media/post_attachments/wp-content/uploads/2018/03/cubie_s_gets_kidnaped_by_cubietewelart-d7wysbu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)