ନାବାଳିକାକୁ ଅପହରଣ କରି ଗଣଦୁଷ୍କର୍ମ!

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଧୋୟାଞ୍ଚଳର ଜଣେ ନାବାଳିକାକୁ ଗଣଦୁର୍ଷ୍କମ ହୋଇଥିବା ନେଇ ପୀଡ଼ିତାର ପରିବାର ଲୋକେ ଆଳି ଥାନାରେ ଅଭିଯୋଗ କରିଛନ୍ତି। ଗତକାଲି ସଂଧ୍ୟାରେ ଆଳି ଥାନାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ନାବାଳିକା ନିଖୋଜ ସଂପର୍କରେ ଅଭିଯୋଗ ହୋଇଥିଲା। କିନ୍ତୁ ନାବାଳିକାକୁ ଧରି ଆଜି ସକାଳେ ତାଙ୍କ ପରିବାର ଲୋକ ଆଳି ଥାନାରେ ପହଞ୍ଚି ଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ୩ ଜଣ ଯୁବକ ନାବାଳିକାକୁ ଅପହରଣ କରି ଅଜ୍ଞାତ ସ୍ଥାନରେ ରଖି ୩ ଦିନ କାଳ ତା’ ସହ ଦୁଷ୍କର୍ମ କରିଥିଲେ। ପରେ ପୀଡ଼ିତାକୁ ଏକ ଗାଡ଼ିରେ ଆଣି ଗତକାଲି ସନ୍ଧ୍ୟାରେ ସିଂହପୁର ବଜାରରେ ଫିଙ୍ଗି ପଳାଇଥିଲେ। ଆଳି ଥାନା ପୁଲିସ ପୀଡ଼ିତାର ବୟାନ ରେକର୍ଡ ପାଇଁ ପଠାଇଥିବା ବେଳେ ଦୁଷ୍କର୍ମ ଅଭିଯୋଗ ନେଇ କୌଣସି ମାମଲା ରୁଜୁ ହୋଇ ନ ଥିବା ତଦନ୍ତକାରୀ ପୁଲିସ ଅଧିକାରୀ ପ୍ରମୋଦ କୁମାର ସିଂ କହିଛନ୍ତି।

ସମ୍ବନ୍ଧିତ ଖବର