ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଖଣ୍ଡଗିରି: ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ କରିବା ଅଭିଯୋଗରେ ମଙ୍ଗଳବାର ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲା, ଡୁମୁଡୁମା ସତ୍ୟନଗର ଅଞ୍ଚଳର ସେକ୍ ଟିପୁ(୨୪)। ଜାମିନ୍‌ ନାମଞ୍ଜୁର ହେବାରୁ ଟିପୁକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ସୂଚନାନୁସାରେ ଛାତ୍ରୀଙ୍କୁ ଟିପୁ ଏକତରଫା ଭଲ ପାଉଥିଲା। ଛାତ୍ରୀଜଣଙ୍କ ଟିପୁର ପ୍ରେମକୁ ପ୍ରତ୍ୟାଖାନ କରି ଚାଲିଥିଲା। ତେଣୁ ଗତ ବୁଧବାର ଟିପୁ ଛାତ୍ରୀଙ୍କୁ ସ୍କୁଲ ଯିବା ବାଟରୁ ଅପହରଣ କରି ନେଇଥିଲା। ପରେ ସେ ତାକୁ ଭରତପୁର ହନୁମାନ ବସ୍ତିରେ ଏକ ଘରେ ନଜରବନ୍ଦୀ କରି ରଖିବା ସହ ଦୁଷ୍କର୍ମ କରିଥିଲା। ଅପହରଣ ଅଭିଯୋଗ ପାଇବା ପରେ ପୁଲିସ ସୋମବାର ଟିପୁକୁ ଭରତପୁରରୁ ଗିରଫ କରିଥିଲା। ଆଜି ଉଭୟଙ୍କ ଡାକ୍ତରୀ ଯାଞ୍ଚ କରାଯିବା ପରେ ଟିପୁକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର