ଭୁବନେଶ୍ବର: ପାଖାପାଖି ୨ମାସର ଖୋଳତାଡ଼ ପରେ ଶେଷରେ ଖାରବେଳନଗର ଥାନା ପୁଲିସ ନାବାଳିକାକୁ ଉଦ୍ଧାର କରିବା ସହ ଅପହର୍ତ୍ତାକୁ ଗିରଫ କରିଛି । ସେ ହେଲା ପିପିଲି ଥାନା ମଙ୍ଗଳପୁର ଅଞ୍ଚଳର ସୁକାନ୍ତ ସାହୁ ଓରଫ ମୁନା। ଏଠାରେ ୟୁନିଟ୍-୯ ଅଞ୍ଚଳରେ ରୁହେ। ଗତ କିଛିଦିନ ହେବ ମୁନା ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାକଙ୍କୁ ଏକ ତରଫା ଭାବେ ଭଲ ପାଉଥିଲା। ବିଭିନ୍ନ ସମୟରେ ତାଙ୍କୁ ହଇରାଣ କରିବା ସହିତ ରାସ୍ତାରେ ଅଟକାଇ ପ୍ରେମ ନିବେଦନ କରୁଥିଲା। ହେଲେ ନାବାଳିକା ଜଣଙ୍କ ଏଥିରେ ରାଜି ନହେବାରୁ ସୁକାନ୍ତ ଡିସେମ୍ବର ୨୪ ତାରିଖ ସନ୍ଧ୍ୟାରେ ନାବାଳିକା ଜଣଙ୍କ ଟ୍ୟୁସନ୍ରୁ ଘରକୁ ଫେରୁଥିବା ବେଳେ ଅପହରଣ କରି ନେଇଥିଲା। ଏ ନେଇ ପରିବାର ଲୋକ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ସୁକାନ୍ତର ମୋବାଇଲ୍ ଟ୍ରାକିଂ କରି ଉଭୟଙ୍କ ଠିକଣା ଠାବ କରିଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ପୁଲିସର ଏକ ଟିମ୍ ପିପିଲି ସ୍ଥିତ ଏକ ଘରେ ଚଢ଼ଉ କରି ନାବାଳିକାଙ୍କୁ ଉଦ୍ଧାର କରିବା ସହ ମୁନାକୁ ଗିରଫ କରିଥିଲା। ଆଜି ପୁଲିସ ମୁନାକୁ କୋର୍ଟ ଚାଲାଣ କରିଥିବା ବେଳେ ନାବାଳିକାଙ୍କୁ ପରିବାର ଲୋକଙ୍କୁ ଜିମା ଦେଇଛି।
ନାବାଳିକା ଉଦ୍ଧାର, ଅପହର୍ତ୍ତା ଗିରଫ
/sambad/media/post_attachments/wp-content/uploads/2019/01/arrestment-620x400-5.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)