ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ

ବାଲିପାଟଣା: ବାଲିପାଟଣା ଥାନା ଅଞ୍ଚଳରୁ ଜୈନିକା ନାବାଳିକାକୁ ଅପହରଣ କରିବା ଅଭିଯୋଗରେ ବାଲିପାଟଣା ପୋଲିସ କୋଲକାତା ରାଣିହାଟି ଅଞ୍ଚଳର ସୁରଜ ଅଲ୍ଲୀ (୨୬)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ପଶ୍ଚିମବଙ୍ଗର ଉକ୍ତ ନାବାଳିକା ପରିବାର ସହ ବାଲିପାଟଣା ଥାନା ଅଞ୍ଚଳରେ ରହୁଥିଲା। ସୁରଜ ତାକୁ ଗତ ମେ ମାସ ୨୩ ତାରିଖରେ ଅପହରଣ କରିନେଇଥିଲା। ଏ ସମ୍ପର୍କରେ ନାବାଳିକାର ବାପା ବାଲିପାଟଣା ଥାନାରେ ଅଭିଯୋଗ କରିବା ପରେ ଆଇଆଇସି ବଳରାମ ନାୟକ ସୁରଜର ଫୋନ ଟ୍ରାକିଙ୍ଗ କରି ଗତ ଶନିବାର ବରଗଡ଼ ଜିଲ୍ଲା ପଦ୍ମପୁରରୁ ନାବାଳିକାକୁ ଉଦ୍ଧାର କରିବା ସହିତ ସେଠାରୁ ସୁରଜକୁ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର