ଅପହୃତ ନାବାଳକ ଉଦ୍ଧାର, ଦମ୍ପତି ଗିରଫ

ଭୁବନେଶ୍ୱର: ଚକେଇସିହାଣି ଭଗବତୀ ବସ୍ତିର ଜଣେ ନାବାଳକକୁ ଅପହରଣ ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଅପହର୍ତା ଦମ୍ପତିକୁ ଗିରଫ କରିଛି। ସେମାନେ ହେଲେ ଟାଙ୍ଗୀ ଅଞ୍ଚଳର ପ୍ରକାଶ ମଲ୍ଲିକ ଓ ଜୟନ୍ତୀ ମଲ୍ଲିକ। ଏଠାରେ ଚକେଇସିହାଣି ଭଗବତୀ ବସ୍ତିରେ ରହୁଥିଲେ। ଗତ ୨୪ ତାରିଖ ରାତିରେ ପ୍ରକାଶ ଓ ଜୟନ୍ତୀ ସେହିବସ୍ତିର ଦମୟନ୍ତୀ ଲେଙ୍କାଙ୍କ ପୁଅକୁ ଅପହରଣ କରିନେଇଥିଲେ। ଏ ନେଇ ଦମୟନ୍ତୀ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଉଭୟ ପ୍ରକାଶ ଓ ଜୟନ୍ତୀ ନାବାଳକଙ୍କୁ ନୟାଗଡ଼ ନେଇ ସେଠାରେ ରଖିଥିଲେ। ତେବେ ବୁଧବାର ଦିନ ପୁଲିସ ନାବାଳକ ଥିବା ଠିକଣା ବିଷୟରେ ଜାଣିବାକୁ ପାଇଥିଲା। ଏହାପରେ ପୁଲିସର ଏକ ଟିମ୍‌ ଖଣ୍ଡପଡ଼ା ଅଞ୍ଚଳରେ ଥିବା ପ୍ରକାଶର ଶ୍ୱଶୁର ଘରେ ଚଢ଼ଉ କରି ନାବାଳକଙ୍କୁ ଉଦ୍ଧାର କରିବା ସହ ଅପହର୍ତା ଦମ୍ପତିକୁ ଗିରଫ କରିଥିଲା। ନାବାଳକଙ୍କୁ ପରିବାର ଲୋକଙ୍କୁ ଜିମା ଦେଇଥିବା ବେଳେ ପ୍ରକାଶ ଓ ଜୟନ୍ତୀକୁ ପୁଲିସ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର