ବାଳକାଟିରୁ ଅପହୃତ ନାବାଳିକା ଗୁଜୁରାଟରୁ ଉଦ୍ଧାର

ବାଲିଅନ୍ତା: ଗତ ପଞ୍ଚୁଦୋଳ ମେଳଣ ବେଳେ ବାଳକାଟି ଅଞ୍ଚଳରୁ ଅପହୃତ ଜଣେ ନାବାଳିକାକୁ ବାଲିଅନ୍ତା ଥାନା ପୁଲିସ ଗୁଜୁରାଟରୁ ଉଦ୍ଧାର କରିଛି। ଉଦ୍ଧାର ନାବାଳିକାଜଣକୁ ପୁଲିସ ଏକ ଆଶ୍ରୟସ୍ଥଳୀକୁ ହସ୍ତାନ୍ତର କରିଛି। ସେହିପରି ଅପହରଣକାରୀ ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଗତ ପଞ୍ଚୁଦୋଳ ମେଳଣ ବେଳେ ନାବାଳିକାଜଣଙ୍କ ବାଳକାଟିସ୍ଥିତ ତାଙ୍କ ମାମୁ ଘରକୁ ବୁଲିବାକୁ ଆସିଥିଲା। ଉଦ୍‌ଯାପନୀ ସନ୍ଧ୍ୟାରେ ମାମୁଘର ପରିବାର ଲୋକଙ୍କ ସହ ସେ ମେଳଣ ବୁଲିବାକୁ ଯାଇଥିଲା। ସେଠାରୁ ଜଣେ ଯୁବକ ତାଙ୍କୁ ଅପହରଣ କରି ଗୁଜୁରାଟ ନେଇ ଯାଇଥିଲା। ଏ ସଂପର୍କରେ କୌଣସି ସୂତ୍ରରୁ ଖବର ପାଇ ଗତ ୨୮ ତାରିଖରେ ବାଲିଅନ୍ତା ଥାନା ପୁଲିସର ଏକ ଟିମ୍‌ ଗୁଜୁରାଟରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଥିଲା। ସେହିପରି ଅପହରଣକାରୀ ଯୁବକକୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛି। ଦୁହିଁଙ୍କ ଡାକ୍ତରୀମାଇନା ହେବା ପରେ ଯାହା କିଛି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର