ଭୁବନେଶ୍ୱର : ନାବାଳିକାକୁ ଅପହରଣ ଅଭିଯୋଗରେ ଆଜି ନୂଆପଲ୍ଲୀ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ତା ନାଁ ଦେବେନ୍ଦ୍ର କଣ୍ଡ (୨୫)। ଘର ନବରଙ୍ଗପୁର ଅଞ୍ଚଳରେ। ସେ ଏଠାରେ ନୂଆପଲ୍ଲୀ ଥାନା ଅଧୀନ ସାଲିଆସାହିରେ ରହୁଥିଲା। ନୂଆପଲ୍ଲୀ ଅଞ୍ଚଳରେ ଦେବେନ୍ଦ୍ର ଓ ନାବାଳିକାଙ୍କ ଦେଖା ହୋଇଥିଲା। ଉଭୟଙ୍କ ମଧ୍ୟରେ ବନ୍ଧୁତା ଓ ପରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏଇ କଥା ନାବାଳିକାଙ୍କ ପରିବାର ଲୋକ ଜାଣିଲା ପରେ ଦେବେନ୍ଦ୍ରକୁ ଡାକି ମିଳାମିଶା ନକରିବାକୁ ଚେତାବନୀ ଦେଇଥିଲେ। ଏଥିରେ ଦେବେନ୍ଦ୍ର ରାଗିଯାଇ ନାବାଳିକାଙ୍କୁ ଅପହରଣ କରି ନେଇଥିଲା। ଏନେଇ ନାବାଳିକାଙ୍କ ପରିବାର ଲୋକ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଦେବେନ୍ଦ୍ର ନାବାଳିକାଙ୍କୁ ନେଇ ନବରଙ୍ଗପୁର ଅଞ୍ଚଳରେ ଲୁଚିଥିବା ପୁଲିସ ଜାଣିବାକୁ ପାଇଥିଲା। ପୁଲିସ ସଙ୍ଗେସଙ୍ଗେ ନବରଙ୍ଗପୁର ଅଞ୍ଚଳରେ ଦେବେନ୍ଦ୍ରଙ୍କ ଜଣେ ସାଙ୍ଗଙ୍କ ଘରେ ଚଢ଼ଉ କରି ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା। ବୁଧବାର ଉଭୟଙ୍କ ଡାକ୍ତରୀମାଇନା ହେବା ପରେ ନାବାଳିକାକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ନାବାଳିକାକୁ ଅପହରଣ, ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2018/07/arrest-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)