ନାବାଳିକା ଅପହରଣ, ଯୁବକ ଗିରଫ

ଭୁବନେଶ୍ୱର: ନାବାଳିକାକୁ ଅପହରଣ ଅଭିଯୋଗରେ ଆଜି ଲକ୍ଷ୍ମୀସାଗର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛ। ତା’ ନାଁ ଶିବା କର୍ମକାର(୨୦)। ଘର ଏୟାରଫିଲ୍ଡ ଥାନା ଅଧୀନ ପଳାସପଲ୍ଲୀ କେଳାବସ୍ତିରେ। ମିଳିଥିବା ସୂଚାନନୁଯାୟୀ ଗତ ଜୁନ ୨୧ ତାରିଖରେ ଶିବା ଓ ତା’ ସାଙ୍ଗ ଶିବ ବମିଖାଲ ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରିଥିଲେ। ଏନେଇ ନାବାଳିକାଙ୍କ ମା’ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଗତ ମାସ ୧୦ ତାରିଖରେ ଶିବୁକୁ ପୁଲିସ ଗିରଫ କରିଥିଲା। ଗତକାଲି ପୁଲିସ ଏକ ବିଶେଷ ସୂତ୍ରରୁ ଖବର ପାଇ ବମିଖାଲ ଅଞ୍ଚଳରୁ ଶିବାକୁ ଗିରଫ କରିବା ସହ ଅପହରଣରେ ବ୍ୟବହୃତ ବାଇକ ଜବତ କରିଛି।

ସମ୍ବନ୍ଧିତ ଖବର