ଅପହର୍ତା ଗିରଫ, ନାବାଳିକା ଉଦ୍ଧାର

ଭୁବନେଶ୍ୱର: ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ସାଲିଆସାହି ବସ୍ତି ବିକାଶ ପରିଷଦ ଅଞ୍ଚଳର ସୁନୀଲ ମାଝୀ(୧୯)କୁ ଗିରଫ କରିଛି। ଏହାସହ ଅପହୃତ ନାବାଳିକାକୁ ଉଦ୍ଧାର କରିଛି। ପୁଲିସ ସୂଚନା ମୁତାବକ, କିଛି ମାସ ହେବ ସୁନୀଲ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାଙ୍କୁ ଏକତରଫା ଭଲ ପାଉଥିଲା। କିନ୍ତୁ ନାବାଳିକାଜଣଙ୍କ ତା’ ପ୍ରେମ ନିବେଦନକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିବାରୁ ଏଥିରେ ରାଗି ଯାଇ ଗତ ୧୩ ତାରିଖ ସନ୍ଧ୍ୟାରେ ସୁନୀଲ ତାକୁ ଅପହରଣ କରି ନେଇଥିଲା। ତାଙ୍କୁ ଟାଙ୍ଗୀସ୍ଥିତ ଏକ ଘରେ ରଖି ଦୁଷ୍କର୍ମ କରିଥିଲା। ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।

ସମ୍ବନ୍ଧିତ ଖବର