ଭୁବନେଶ୍ବର: ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳର ସୌମ୍ୟ ରଞ୍ଜନ ମିଶ୍ର(୨୧)କୁ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ ୬ମାସ ତଳେ ରାଉରକେଲା କୋଏଲନଗର ଅଞ୍ଚଳର ଏକ ବିବାହ ଉତ୍ସବରେ ନାବାଳିକାଙ୍କ ସହ ସୌମ୍ୟର ଭେଟ ହୋଇଥିଲା। ସେବେଠାରୁ ସୌମ୍ୟ ନାବାଳିକାଙ୍କୁ ଭଲ ପାଉଥିଲେ। ନାବାଳିକାଜଣଙ୍କ ନୂଆପଲ୍ଲୀ କ୍ରିଷ୍ଣା ଟାୱାର ଅଞ୍ଚଳରେ ରହୁଥିବା ସେ ଜାଣିବାକୁ ପାଇଥିଲା। ଶନିବାର ସନ୍ଧ୍ୟାରେ ସୌମ୍ୟ ଭୁବନେଶ୍ବରରେ ପହଞ୍ଚି ନାବାଳିକାଙ୍କୁ ସପିଂ ପାଇଁ ଡାକିଥିଲା। ନାବାଳିକା ଆସିବା ପରେ ସୌମ୍ୟ ସେଠାରୁ ତାଙ୍କୁ ଅପହରଣ କରି ବାଲେଶ୍ବର ନେଇଯାଇଥିଲା।
ନାବାଳିକା ଉଦ୍ଧାର, ଅପହର୍ତା ଗିରଫ
/sambad/media/post_attachments/wp-content/uploads/2018/10/Arrest_8476.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)