ନାବାଳିକା ଅପହର୍ତା ଗିରଫ

ଖଣ୍ଡଗିରି: ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ କରିବା ଅଭିଯୋଗରେ ଆଜି ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ନୂଆପଲ୍ଲୀ ଥାନା ପାଇକନଗର ଅଞ୍ଚଳରେ ରହୁଥିବା ଖୋର୍ଧା ବାଘମାରୀ ବାମଡିହର ରଂଜନ କୁମାର ସାହୁ ଓରଫ ଜିତୁ(୨୫)। ଜାମିନ୍ ନାମଞ୍ଜୁର ହେବାରୁ ଜିତୁକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ନାବାଳିକାକୁ ଉଦ୍ଧାର କରିବା ସହ ମେଡିକାଲ ଯାଞ୍ଚ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି। ପୁଲିସ ସୂଚନାନୁସାରେ ଅଭିଯୁକ୍ତ ରଂଜନ ମାସକ ତଳେ ଖଣ୍ଡଗିରି ଥାନା କୃଷିବିହାର ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରି ନେଇଥିଲା। ଭଲ ପାଇବା ବାହାନା କରି ସେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲା। ଏ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା। ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଥିବା ନେଇ ଚର୍ଚ୍ଚା ହେଉଥିଲେ ବି ଉଦ୍ଧାର ପରେ ନାବାଳିକାଜଣଙ୍କ ଏହାକୁ ଅସ୍ବୀକାର କରିଥିବା ଜଣାପଡ଼ିଛି। ତେଣୁ ଅପହରଣ ଓ ଦୁଷ୍କର୍ମ ଭଳି ସଂଗିନ୍ ଅଭିଯୋଗରେ ପୁଲିସ ଜିତୁକୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର