ନାବାଳିକା ଉଦ୍ଧାର, ଅପହର୍ତା ଗିରଫ

ଭୁବନେଶ୍ବର: ଅପହରଣର ପ୍ରାୟ ୬ ମାସର ମହିଳା ଥାନା ପୁଲିସ ନାବାଳିକାକୁ ଉଦ୍ଧାର କରିବା ସହ ଅପହର୍ତାକୁ ଗିରଫ କରିଛି । ସେ ହେଲା ବଡ଼ଗଡ଼ ଥାନା ଅଞ୍ଚଳର ସୁବାଶିଷ ଦାସ(୨୩)। ସୂଚନା ମୁତାବକ, ଗତ କିଛିଦିନ ହେବ ସୁବାଶିଷ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାକକୁ ଏକ ତରଫା ଭଲ ପାଉଥିଲା। ନାବାଳିକା ଜଣଙ୍କ ଏଥିରେ ରାଜି ନହେବାରୁ ସୁବାଶିଷ ଅକ୍ଟୋବର ମାସରେ ତାକୁ ଟ୍ୟୁସନ୍‌ରୁ ଘରକୁ ଫେରୁଥିବା ବେଳେ ଅପହରଣ କରି ନେଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ନାବାଳିକା ଘରକୁ ନଫେରିବାରୁ ପରିବାର ଲୋକ ମହିଳା ଥାନାରେ ଅଭିଯୋଗ କରିଥିଲେ। ସୁବାଶିଷ ନାବାଳିକାକୁ ତାଳଚେରରେ ରଖି ଦୁଷ୍କର୍ମ କରିବା ସହ ନିର୍ଯାତନା ଦେଉଥିଲା। ନାବାଳିକା ଜଣଙ୍କ ସୁଯୋଗ ପାଇ ପରିବାର ଲୋକଙ୍କୁ ଫୋନ୍‌ କରି ଘଟଣା ବିଷୟରେ କହିବା ସହ ଠିକଣା ଜଣାଇଥିଲା। ନାବାଳିକାଙ୍କ ପରିବାର ଲୋକ ସେଠାରେ ପହଞ୍ଚି ତାକୁ ଉଦ୍ଧାର କରିବା ସହ ସୁବାଶିଷକୁ କାବୁ କରିଥିଲେ। ଏହାପରେ ପୁଲିସକୁ ଘଟଣା ବିଷୟରେ ଜଣାଇଥିଲେ।

ସମ୍ବନ୍ଧିତ ଖବର