ଇନ୍ଦୋର: କନାଡିଆ ଥାନା ପୁଲିସ ପତ୍ନୀଙ୍କୁ ତକିଆ ତଳେ ଚାପି ଶ୍ୱାସରୁଦ୍ଧ କରି ହତ୍ୟା କରିବା ଅପରାଧରେ ସ୍ୱାମୀଙ୍କୁ ଗିରଫ କରିଛି। ଗିରଫ ସ୍ୱାମୀଙ୍କ ନାମ ଅମିତେଶ ପଟେରିଆ ବୋଲି ଜଣାପଡ଼ିଛି।
ପୁଲିସ ସୂତ୍ରରୁ ପ୍ରକାଶ, ସଞ୍ଚାର ନଗରରେ ଶିବାନୀ ପଟୋରିଆଙ୍କୁ ସାପ କାମୁଡ଼ି ଦେଇଥିବା ନେଇ ସ୍ୱାମୀ ଅମିତେଶ ପଟେରିଆ (୩୫)ଓ ତାଙ୍କ ସାଥୀ ନିଖିଲ ତାଙ୍କୁ ଚିକିତ୍ସା ପାଇଁ ଏମବାଏ ହସ୍ପିଟାଲ ନେଇ ଆସିଥିଲେ। କିନ୍ତୁ ଡାକ୍ତର ସେଠାରେ ଶିବାନୀଙ୍କୁ ମୃତ ବୋଲି ଘୋଷଣା କରିଥିଲେ।
ପୁଲିସକୁ ଏହି ଘଟଣା ବିଷୟରେ ଖବର ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ଶିବାନୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। କାରଣ ଘଟଣାସ୍ଥଳରେ ପହଞ୍ଚିବା ପରେ ପୁଲିସକୁ ଶିବାନୀଙ୍କ ସ୍ୱାମୀଙ୍କ ସ୍ୱଭାବ ଦେଖି ସନ୍ଦେହ ହୋଇଥିଲା। ଏହାପରେ ପୁଲିସ ଏହି ଘଟଣାକୁ ନେଇ ଯାଞ୍ଚ ଆରମ୍ଭ କରିଥିଲା। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିଥିଲା କି ଶିବାନୀଙ୍କ ମୃତ୍ୟୁ ସାପ କମୁଡ଼ାରୁ ନୁହେଁ ବରଂ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଛି।
ଯାଞ୍ଚ ପରେ ପୁଲିସ ଜାଣିବାକୁ ପାଇଥିଲା କି, ଶିବାନୀ ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଅନେକ ଦିନରୁ ବିବାଦ ଲାଗି ରହିଥିଲା। ତେଣୁ ସେ ପତ୍ନୀଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ । ରାଜସ୍ଥାନରୁ ୫ହଜାର ଟଙ୍କା ଦେଇ ଏକ ବ୍ଲାକ୍ ଡେଜଟ ନାଗ ସାପକୁ କିଣି ଆଣିଥିଲେ। ୧୧ଦିନ ପର୍ଯ୍ୟନ୍ତ ସାପକୁ ଆଲମାରିରେ ଲୁଚାଇ ରଖିବା ସହ ଘଟଣା ଦିନ ଘରୁ ସମସ୍ତଙ୍କୁ ବୁଲିବାକୁ ପଠାଇ ଦେଇଥିଲେ। ଯାହା ପରେ ଅମିତେଶ ପତ୍ନୀଙ୍କୁ ତକିଆରେ ଚାପି ହତ୍ୟା କରିଥିଲେ।
ଏତିକିରେ ତାଙ୍କ ମନ ବୁଝି ନଥିଲା। ଯେପରି କେହି ଶିବାନୀଙ୍କୁ ହତ୍ୟା ହୋଇଛି ବୋଲି ଜାଣି ପାରିବେ ନାହିଁ ସେଥିପାଇଁ ୧୧ଦିନ ପୂର୍ବରୁ ଆଣିଥିବା ସାପକୁ ମାରି ତାର ଦାନ୍ତ ଶିବାନୀଙ୍କ ହାତରେ ଫୁଟାଇ ଦେଇଥିଲେ। ଏହାପରେ ବାହାରକୁ ବାହରି ଶିବାନୀଙ୍କୁ ସାପ କାମୁଡ଼ି ଦେଇଛି ବୋଲି ସମସ୍ତଙ୍କୁ ଜଣାଇବାକୁ ଲାଗିଥିଲେ।