ଭୁବନେଶ୍ୱର: ଖଣି ମାଫିଆଙ୍କୁ ସହଯୋଗ କରୁଥିବା ଗୁଣ୍ଡା ସଂଜୟ ପାଇକରାୟକୁ ରବିବାର ଏସ୍ଟିଏଫ ଗିରଫ କରିଛି। ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତାପଂଗ ଅଂଚଳରେ ଥିବା ସରକାରୀ ଜମିରେ ବେଆଇନ ପଥର ଖନନକୁ ସଂଜୟ ପାଇକରାୟ ପ୍ରୋତ୍ସାହନ ଦେଉଥିବା ଏସଟିଏଫକୁ ପୂର୍ବରୁ ସୂଚନା ମିଳିଥିଲା। ଖଣିମାଫିଆଙ୍କ ସ୍ୱାର୍ଥ ପାଇଁ ସଂଜୟ କାମ କରୁଥିବା ନେଇ ଏସ୍ଟିଏଫ ଜାଣି ପାରିଥିଲା। ପଥର ମାଫିଆଙ୍କୁ ସଂଜୟ ଖଣିରେ ବ୍ୟବହାର ହେଉଥିବା ବିସ୍ଫୋରକ ସାମଗ୍ରୀ ଯୋଗାଉଥିଲା ବୋଲି ଅଭିଯୋଗ ହୋଇଛି। ସଂଜୟ ପଥର ଖଣିରେ ବ୍ୟବହାର ପାଇଁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ନିଜର ଗ୍ୟାଙ୍ଗକୁ ଯୋଗାଉଥିଲା ବୋଲି ଜଣାପଡ଼ିଛି।
ଏସ୍ଟିଏଫ କହିଛି ଖୋର୍ଦ୍ଧା ତାଳବସ୍ତ ଅଂଚଳର ସଂଜୟର ଜଣେ ପ୍ରମୁଖ ସହଯୋଗୀ ଦୁଃଶାସନ ବେହେରା ଓରଫ ସନା ଶନିବାର ଗିରଫ ହୋଇଛି। ଏକ ଡାକୟତି ଘଟଣା ସହ ଜଡ଼ିତ ଦୁଃଶାସନ ଡକାୟତି କରିବା ଯୋଗୁଁ ଗିରଫ ହୋଇଛି। ପୁଲିସ ତାକୁ କୋର୍ଟ ଗତ ମେ’ ମାସ ୩୧ରେ କୋର୍ଟ ଚାଲାଣ କରିଛି।
ଏସଟିଏଫ୍ ୧୦ କିଲୋ ଆମୋନିଆ ନାଇଟ୍ରେଟ୍ ପାଉଡର, କିଛି ଜିଲୋଟିନ୍, ତା’ର, ଷ୍ଟାବଲାଇଜର ଆଦି ଜବତ କରି ଘଟଣାର ତଦନ୍ତ କରୁଛି।