ନୂଆଦିଲ୍ଲୀ: ଫେବ୍ରୁଆରି ୭ ତାରିଖରୁ ୧୪ ତାରିଖ ଯାଏଁ ପ୍ରେମୀଯୁଗଳ ଖୁବ୍ ଖୁସିରେ ପ୍ରେମ ସପ୍ତାହ ପାଳନ କରିଥାଆନ୍ତି। ରାତି ପାହିଲେ ‘ପ୍ରେମଦିବସ’ ଥିବା ବେଳେ ଏକ ପ୍ରେମୀଯୁଗଳ ରେଳଧାରଣାରେ ଆତ୍ମହତ୍ୟା କରିଥିବା ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି।
ଏଭଳି ଏକ ଲୋମଟାଙ୍କୁରା ଘଟଣା ଝାଡଖଣ୍ଡର ଚାଇବସା ଜିଲ୍ଲାର ଚକ୍ରଧରପୁର ଷ୍ଟେସନ୍ର ଇଷ୍ଟ କେବିନ୍ ନିକଟରେ ଘଟିଥିବା ଜଣାପଡ଼ିଛି। ଆଜି ଚୁମ୍ବନ ଦିବସ ଥିବା ବେଳେ ଆସନ୍ତକାଲି ପ୍ରେମଦିବସ (ଭ୍ୟାଲେଣ୍ଟାଇନ୍ ଡେ’)। ତେବେ ହଠାତ କ’ଣ ହେଲା କେଜାଣି ଏହି ପ୍ରେମୀଯୁଗଳ ଉଭୟଉଭୟଙ୍କୁ ଆଲିଙ୍ଗନ କରିବା ପରେ ରେଳଧାରଣରେ ଶୋଇ ପଡ଼ିଥିଲେ। କେହି କିଛି ବୁଝିବା ପୂର୍ବରୁ ସେମାନଙ୍କ ଶରୀର ଉପର ଦେଇ ଚାଲି ଯାଇଥିଲା ଟ୍ରେନ୍। ଆଖି ପିଛୁଳାକେ ଉକ୍ତ ଯୁବକ-ଯୁବତୀଙ୍କ ଶରୀରଠାରୁ ମୁଣ୍ଡ ଅଲଗା ହୋଇ ଛିଟିକି ପଡ଼ିଥିଲା। ସାଥୀ ହୋଇ ଏହି ପ୍ରେମୀଯୁଗଳ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ ବୋଲି ସ୍ଥାନୀୟଲୋକେ କହୁଥିବା ଗୁରୁବାର ପୁଲିସ ସୂତ୍ରରୁ ପ୍ରକାଶ।
aajtak.intodayଏହି ଆତ୍ମହତ୍ୟା ଖବର ପାଇବା ପରେ ଜିଆରପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ପ୍ରେମୀଯୁଗଳଙ୍କ ମୃତଦେହକୁ ଉଦ୍ଧାର କରିବା ସହ ଦୁହିଁଙ୍କ ପରିବାରଲୋକଙ୍କୁ ଖବର ଦେଇଥିଲା। ତେବେ ଦୁହେଁ ଏଭଳି ଚରମ ପଦକ୍ଷେପ କାହିଁକି ଉଠାଇଲେ ସେନେଇ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇ ପାରି ନଥିଲା ବେଳେ ପୁଲିସ ଏ ସମ୍ପର୍କରେ ଯୁବକ-ଯୁବତୀଙ୍କ ପରିବାରଲୋକଙ୍କୁ ପଚାରଉଚାରା ଜାରି ରଖିଛି। ମୃତ ପ୍ରେମୀଯୁଗଳ ଚକ୍ରଧରପୁର ଥାନା ଅଧୀନସ୍ଥ ଝରଝର ଅଞ୍ଚଳରେ ରହୁଥିବା ପୁଲିସ ସୂତ୍ରରୁ ପ୍ରକାଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/Couple-Death-In-Train-line-13_Thumb.jpg)