୪ ଯୁବକଙ୍କୁ ଛୁରାମାଡ଼ ଘଟଣା : କାନ୍ତାର ୪ ସହଯୋଗୀ ଅଟକ

ଭୁବନେଶ୍ୱର : ଦୀପାବଳି ରାତିରେ ଖାରବେଳନଗର ଥାନା ଅଧୀନ ହାଉସିଂବୋର୍ଡ ଛକରେ ୪ ଜଣ ଯୁବକଙ୍କୁ ହୋଇଥିବା ପ୍ରାଣାନ୍ତକ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ କାନ୍ତା ରେଡ୍ଡିର ୪ ଜଣ ସହଯୋଗୀଙ୍କୁ ପୁଲିସ ଅଟକ ରଖିଛି। ପୁଲିସ ସେମାନଙ୍କୁ ପଚରାଉଚରା କରୁଛି। ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ଅଭିଯୁକ୍ତମାନଙ୍କ ଗିରଫ ଦାବି କରି ଗତକାଲି ‘ଓଡ଼ିଶା ବିକାଶ ପରିଷଦ’ର ସଦସ୍ୟମାନେ ପୁଲିସ କମିସନରଙ୍କ କାର୍ଯ୍ୟାଳୟକୁ ଘେରାଉ କରିବା ପରେ ପୁଲିସ ଏଭଳି ତତ୍ପରତା ପ୍ରକାଶ କରିଛି।

ଉଲ୍ଲେଖଯୋଗ୍ୟ ଯେ ଦୀପାବଳି ରାତିରେ ଖାରବେଳନଗର ଥାନା ଅଧୀନ ୧୧ ତାଲା ହାଉସିଂବୋର୍ଡ ଛକରେ ପରିଷଦର ସଦସ୍ୟ ଆଲୋକ ଦାସ, ଚିନ୍ମୟ କୁମାର ସାହୁ, ଅମିତ ଦାସ, ଭରତ ଚକ୍ରବର୍ତୀ, ରାକେଶ ମଲ୍ଲିକ, ଜଗନ୍ନାଥ ଦାସ ପ୍ରମୁଖ ବାଣ ଫୁଟାଉଥିଲେ। ଏହି ସମୟରେ ପ୍ରେସ କଲୋନିର କାନ୍ତା ରେଡ୍ଡି ସେହି ରାସ୍ତାରେ ଯାଉଥିଲେ। ବାଣ ଫୁଟାଇବାକୁ ନେଇ କାନ୍ତାଙ୍କ ସହିତ ଆଲୋକଙ୍କ ଯୁକ୍ତିତର୍କ ହୋଇଥିଲା। ଏହାପରେ କାନ୍ତା ଓ ତାର ୩୦ରୁ ଅଧିକ ସହଯୋଗୀ ହାତରେ ଲୁହାରଡ଼, ଗୁପ୍ତି, ହକି ଷ୍ଟିକ୍‌ ଆଦି ଧରି ୧୧ତାଲା ହାଉସିଂବୋର୍ଡ ଛକରେ ପରିଷଦର ସଦସ୍ୟମାନଙ୍କୁ ଆକ୍ରମଣ କରିଥିଲେ।

ସମ୍ବନ୍ଧିତ ଖବର