ଶୁଆ ଧରିଲା ଏପରି ନାମ କି ପୁଲିସ ସହଜରେ ଧରି ପାରିଲା ଚୋର

କୋଚ୍ଚି: ଶୁଆ ଶବ୍ଦର ନକଲ କରୁଥିବା ଆମେ ଜାଣିଛେ। ନିକଟରେ ଏକ ଶୁଆ ପୁଲିସକୁ ଚୋର ଧରାଇବାର ସାହାଯ୍ୟ କରିଥିବା ଜଣାପଡ଼ିଛି। ଯାହା ଚର୍ଚ୍ଚାର ପରିସରରେ ରହିଛି।

ସୂଚନାଯୋଗ୍ୟ, କୋଚ୍ଚି ସହରରେ ଜଣେ ଆଫ୍ରିକନ୍‌ ଗ୍ରେ ପ୍ୟାରୋଟ(ଆଫ୍ରିକା ଶୁଆ) ପୁଲିସକୁ ଚୋର ଧରାଇବାର ସାହାଯ୍ୟ କରିଛି। କୋଚ୍ଚିର କଲୁର ଅଞ୍ଚଳରେ ରହୁଥିବା ସତିଶ ପୋଷା ପଶୁ-ପକ୍ଷୀଙ୍କ ଦୋକାନ ଚଳାନ୍ତି। ଶନିବାର ତାଙ୍କ ଦୋକାନରେ ଥିବା ଦୁଇଟି ଆଫ୍ରିକାନ୍‌ ଗ୍ରେ ପ୍ୟାରୋଟ, ଏକ ପର୍ସିୟନ ବିଲେଇ ଓ ଦୁଇଟି କାକଟେଲ ପକ୍ଷୀ ନିଖୋଜ ହୋଇ ଯାଇଥିଲେ। ସତିଶ ଏନେଇ ପୁଲିସକୁ ବି ଖବର ଦେଇଥିଲେ। ପୁଲିସ ଘଟଣାର ଅନୁସନ୍ଧାନ ପାଇଁ ସତିଶଙ୍କ ଦୋକାନରେ ପହଞ୍ଚି ସିସିଟିଭି ଫୁଟେଜ କରିଆରେ ଯାଞ୍ଚ ଆରମ୍ଭ କରିଥିଲା।

ଏହି ସମୟରେ କଲୁର ନିକଟରେ ଥିବା ଏଲମ୍ମାକାରାରୁ କିଛି ସ୍ଥାନୀୟ ଲୋକ ନିଖୋଜ ହୋଇଥିବା ଶୁଆ ସମ୍ପର୍କରେ ପୁଲିସ କୁ ଜଣାଇ କହିଥିଲେ, କି ଆମେ ଏକ ଘରୁ ଶୁଣିବାକୁ ପାଇଛୁ କି ଏକ ଶୁଆ ପିଲାଙ୍କ ଭଳି ଚିତ୍କାର କରିବା ସହିତ ସତିଶ ଓ ସନ୍ଧ୍ୟା ଦୁହିଁଙ୍କ ନାମ ନେଉଛି। ଯାହ ଆମେ ପୂର୍ବରୁ ଶୁଣିବାକୁ ପାଇ ନଥିଲୁ। ଏହାପରେ ପୁଲିସ ଚୋରଙ୍କ ସନ୍ଦେହ ପାଇ ଯାଇଥିଲା। ଏଲମ୍ମାକାରାସ୍ଥିତ ଏକ ଘର ଉପରେ ହଠାତ୍‌ ଚଢ଼ାଉ କରି ତିନିଜଣ ଚୋରକୁ ଗିରଫ କରିିଥିଲା। ଯେଉଁମାନେ କି ଏହି ଚୋରି ଘଟଣାରେ ସମ୍ପୃକ୍ତ ଥିଲେ। ଏହାପରେ ସେହି ଘରୁ ଦୁଇଟି ଆଫ୍ରିକାନ୍‌ ଗ୍ରେ ପ୍ୟାରୋଟ, ଏକ ପର୍ସିୟନ ବିଲେଇ ଓ ଦୁଇଟି କାକଟେଲ ପକ୍ଷୀ ଜବତ କରିଥିଲା ପୁଲିସ।

ସମ୍ବନ୍ଧିତ ଖବର