କୋଲକାତା : କୋଲକାତାରେ ପ୍ରେମିକ ବିଶ୍ୱାସ ଭାଙ୍ଗିବାର ଏକ ଦୃଶ୍ୟ ସାମ୍ନାକୁ ଆସିଛି । ନିଜ ସାଙ୍ଗମାନଙ୍କ ସହ ମିଶି ପ୍ରେମିକା ସହ ଗଣଦୁଷ୍କର୍ମ କରିବା ଭଳି ଜଘନ୍ୟ କାଣ୍ଡ ପ୍ରେମିକ କରିବା ପରେ ଭାଙ୍ଗିପଡ଼ି ଆତ୍ମହତ୍ୟାର ବାଟ ବାଛି ନେଇଛି ପ୍ରେମିକା । ଆତ୍ମହତ୍ୟା ପରେ ପୀଡ଼ିତାଙ୍କୁ ତୁରନ୍ତ ଏସ୍‌ଏସ୍‌କେଏମ୍‌ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏ ନେଇ ପୀଡ଼ିତାଙ୍କ ପରିବାର ଲୋକେ ପୁଲିସରେ ଅଭିଯୋଗ କରିଥିବା ବେଳେ ମୁଖ୍ୟ ଅପରାଧିକୁ ଛାଡ଼ି ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ନେଇଛି ପୁଲିସ ।

Advertisment

Related image isha.sadhguru.org

ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ପୀଡ଼ିତା ଶୁକ୍ରବାର ନିଜ ପ୍ରେମିକକୁ ଭେଟିବାକୁ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ପ୍ରେମିକ ପୀଡ଼ିତାଙ୍କୁ ନେଇ ଏକ ଜନଶୁନ୍ୟ ସ୍ଥାନକୁ ଚାଲି ଯାଇଥିଲେ, ଯେଉଁଠି ପୂର୍ବରୁ ଅଭିଯୁକ୍ତର ବନ୍ଧୁମାନେ ଉପସ୍ଥିତ ଥିଲେ । । ସମସ୍ତେ ମିଶି ପୀଡ଼ିତାଙ୍କ ସହ ଗଣଦୁଷ୍କର୍ମ କରିବା ସହ ଭିଡିଓ ମଧ୍ୟ ରେକର୍ଡ କରିଥିଲେ । ପୁଲିସରେ ଅଭିଯୋଗ କଲେ ଭିଡିଓ ଭାଇରାଲ କରିଦେବାର ଧମକ ଦେଇ ପୀଡ଼ିତାଙ୍କୁ ଛାଡ଼ି ଚାଲି ଆସିଥିଲେ ସମସ୍ତ ଅଭିଯୁକ୍ତ । ଘରକୁ ଫେରି ପୀଡ଼ିତା ପୂରା ଘଟଣା ବିଷୟରେ ନିଜ ପରିବାର ଲୋକଙ୍କୁ ଜଣାଇବା ସହ ବିଷ ପିଇ ଦେଇଥିଲେ । ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିଲା ।