ନୂଆଦିଲ୍ଲୀ : ଜୁନ୍ ୧୬ରେ ଇଂଲଣ୍ଡର ମଞ୍ଚେଷ୍ଟରରେ ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳା ଯାଇଥିଲେ । ଏହି ମ୍ୟାଚ୍ରେ ପାକିସ୍ତାନକୁ ହରାଇ ବିଜୟ ହାସଲ କରିଥିଲା ଭାରତ । ମ୍ୟାଚ୍ ସମୟର ଅନେକ ସ୍ମରଣୀୟ ଘଟଣାର ଭିଡିଓ ଏବେ ବି ସୋସିଆଲ ମିଡିଆରେ ଘୁରି ବୁଲୁଛି । ତେବେ କୋଲକାତାର ଜଣେ ଯୁବତୀଙ୍କୁ ତାଙ୍କ ଫେସ୍ବୁକ୍ ପୋଷ୍ଟ ପାଇଁ ଦୁଷ୍କର୍ମର ଧମକ ମିଳୁଥିବା ସାମ୍ନାକୁ ଆସିଛି ।
/sambad/media/post_attachments/wp-content/uploads/2019/06/0e26f150384cab07e44c642136e59745_XL-300x193.jpg)
ସୂଚନା ମୁତାବକ, କୋଲକାତାର ଜଣେ ଯୁବତୀ ମ୍ୟାଚ୍ ଦିନ ଫେସ୍ବୁକ୍ରେ ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କ ସମେତ ପାକିସ୍ତାନୀ କ୍ରିକେଟର ସୋଏବ ଅଖ୍ତରଙ୍କ ପ୍ରଶଂସକ ବୋଲି ଜଣାଇଥିଲେ । ଏହା ସହ ଯିଏ ବି ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିବ ମୁଁ ତାକୁ ସମର୍ଥନ କରିବି ବୋଲି ଲେଖି ପୋଷ୍ଟ କରିଥିଲେ ପୀଡ଼ିତା । ପୋଷ୍ଟ କରିବାର କିଛି ସମୟ ପରେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ । ସୋଏବ୍ଙ୍କ ପ୍ରଶଂସକ ବୋଲି ଲେଖିବାରୁ କିଛି ଲୋକ ପୀଡ଼ିତାଙ୍କୁ ଆପତ୍ତିଜନକ ମେସେଜ ପଠାଇବା ଆରମ୍ଭ କରିଥିଲେ । ପରେ ପରେ ପୀଡ଼ିତାଙ୍କୁ ଦୁଷ୍କର୍ମର ଧମକ ମିଳିବା ଆରମ୍ଭ ହୋଇଥିଲା, ଯାହାର ଅଭିଯୋଗ ନେଇ ପୀଡ଼ିତା ପୁଲିସ ପାଖରେ ପହଞ୍ଚିଥିଲେ ମଧ୍ୟ ପୁଲିସ ଅଭିଯୋଗ ରଖି ନଥିଲା । ଅନ୍ୟ ପକ୍ଷରେ ପୁଲିସ କହିବା ଅନୁଯାୟୀ, ଯୁବତୀଙ୍କ ପୋଷ୍ଟରେ ଲେଖାଥିବା କିଛି କଥା ରାଷ୍ଟ୍ର ବିରୋଧୀ । ଏଭଳି ପରିସ୍ଥିତିରେ ଟ୍ରୋଲ ହେବା ସାଧାରଣ କଥା ।