କୋଲକାତା : ପଶ୍ଚିମବଙ୍ଗର ହାଓ୍ଵଡାରେ ଏକ ୨୬ବର୍ଷୀୟ ଯୁବକ ନିଜ ମା’କୁ ପିଟି ପିଟି ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଗାଡ଼ିର କିସ୍ତି ପାଇଁ ଟଙ୍କା ନ ଦେବାରୁ ଅଭିଯୁକ୍ତ ପୁଅ ଏଭଳି କାଣ୍ଡ କରିଥିବା ଜଣା ପଡ଼ିଛି । ଏ ନେଇ ପୁଲିସକୁ ସୂଚନା ଦିଆଯିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ନେଇଛି ।
/sambad/media/post_attachments/wp-content/uploads/2019/07/MH-6-300x200.jpg)
ସୂଚନା ମୁତାବକ, ହାଓ୍ଵଡା ଜିଲ୍ଲାରେ ରାକେଶ ନିଜ ମା’ ମାଳତୀ ଏବଂ ବାପା ଅସିତଙ୍କ ସହ ରହୁଥିଲେ । କିିଛି ଦିନ ତଳେ ରାକେଶ ନୂଆ ଗାଡ଼ି କିଣିବା ପରେ କିସ୍ତି ସୁଝିବା ପାଇଁ ସବୁବେଳେ ଚିନ୍ତାରେ ରହୁଥିଲେ । ବୁଧବାର କାମ ସାରି ଘରକୁ ଫେରିବା ସହ ମାଳତୀଙ୍କୁ ଟଙ୍କା ମାଗିବା ଆରମ୍ଭ କରିଥିଲେ ରାକେଶ । କିନ୍ତୁ ମାଳତୀ ଦେବା ପାଇଁ ମନା କରିବାରୁ ରାକେଶ ରାଗରେ ଏକ ବାଡ଼ିରେ ମାଳତୀଙ୍କୁ ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ । ପଡ଼ୋଶୀ ଆସି ରୋକିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ରାକେଶ ସେମାନଙ୍କୁ ମଧ୍ୟ ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ । କିଛି ସମୟ ମଧ୍ୟରେ ଲୋକେ ରାକେଶକୁ କାବୁ କରି ଗଛରେ ବନ୍ଧି ଦେବା ସହ ପୁଲିସରେ ଖବର ଦେଇଥିଲେ । ଅନ୍ୟ ପକ୍ଷରେ, ମାଳତୀଙ୍କୁ ଲୋକେ ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଖବର ପାଇ ପହଞ୍ଚିବା ସହ ରାକେଶକୁ ଗିରଫ କରିଥିବା ଜଣା ପଡ଼ିଛି ।