କୋଲକାତା: କୋଲକାତା ପୁଲିସର ସ୍ୱତନ୍ତ୍ର ଟିମ୍‌କୁ ଗତ ଶନିବାର ଏକ ବଡ଼ ସଫଳତା ମିଳିଛି। ପୁଲିସର ସ୍ୱତନ୍ତ୍ର ଟିମ୍‌ ଆକସ୍ମିକ ଚଢ଼ାଉ କରି ୧,୯୨,୦୦୦ ଟଙ୍କାର ନକଲି ଭାରତୀୟ ମୁଦ୍ରା ଜବତ କରିଛି। ଏବଂ ଏଥିରେ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତିକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ନାମ ୟୁସୁଫ ଶେଖ୍‌ ଓ ତାର ଘର ମାଲଦାର ବୈଷ୍ଣବନଗରର କୁମ୍ଭୀର ଗ୍ରାମରେ ବୋଲି ଜଣାପଡ଼ିଛି।

Advertisment

ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ବିଶେଷ ସୁତ୍ରରୁ ସୂଚନା ପାଇବା ପରେ ପୁଲିସର ସ୍ୱତନ୍ତ୍ର ଟିମ୍‌ ଗତ ଶନିବାର ରାତିରେ ବାବୁ ଘାଟ ବସ୍‌ ଷ୍ଟାଣ୍ଡ ନିକଟସ୍ଥ ମାଇଦାନରେ ରହୁଥିବା ୟୁସୁଫ ଶେଖ୍‌ ଉପରେ ଆକସ୍ମିକ ଚଢ଼ାଉ କରିଥିଲେ। ଚଢ଼ାଉ ପରେ ୟୁସୁଫ ପାଖରୁ ପୁଲିସ ୨,୦୦୦ଟଙ୍କାର ୯୬ଟି ନକଲି ନୋଟ ଜବତ କରାଯାଇଛି। ଯାହାର ମୂଲ୍ୟ ୧,୯୨,୦୦୦ଟଙ୍କା ଥିବା ବୋଲି ଅନୁମାନ କରାଯାଇଛି। ଶେଖ୍‌ ବିରୋଧ ଭାରତୀୟ ଦଣ୍ଡବିଧାନ ଆଇନ୍‌ ଅନୁଯାୟୀ ବିଭିନ୍ନ ଧାରା ୧୨୦ବି, ୪୮୯ବି, ୪୮୯ସିରେ ମାମଲା ରୁଜୁ କରାଯିବ। ତାକୁ ବିଚାରବିଭାଗୀୟ ହେପାଜତକୁ ନିଆଯାଇଛି।