କୋଲକତା: କୋଲକତା ଆରଜି କର ମେଡିକାଲ ଓ ହସ୍ପିଟାଲର ସେମିନାର ହଲରେ ଟ୍ରେନି ଡାକ୍ତର ବିଶ୍ରାମ ନେଉଥିବା ସମୟରେ ଦୁଷ୍କର୍ମର ଶିକାର ହୋଇଥିଲେ। ଏହି ଘଟଣାରେ ସାମିଲ ଥିବା କୋଲକାତା ପୁଲିସ ସଞ୍ଜୟ ରାଏ ନାମକ ଅଭିଯୁକ୍ତକୁ ଗିରଫ କରିଛି  । ଅଭିଯୁକ୍ତ କୋଲକାତା ପୁଲିସ ସହ ସିଭିକ ଭଲିଣ୍ଟିଅର ଭାବେ କାମ କରୁଥିଲା।

Advertisment

ଏହି ଦୁଷ୍କର୍ମ ଘଟଣାକୁ ନେଇ ପ୍ରତିଦିନ ଚାଞ୍ଚଲ୍ୟକର ତଥ୍ୟ ସା୍ମ୍ନାକୁ ଆସୁଛି। ସିବିଆଇ ଟିମ ଏହି ଘଟଣାର ଯାଞ୍ଚ ଜାରି ରଖିଛି। ସମ୍ପ୍ରତି ଏକ ରିପୋର୍ଟ ମିଳିଛି କି ଘଟଣା ଘଟାଇବା ଦିନ ସଞ୍ଜୟ ରାଏ ସକାଳୁ ଏମିତି ଜଣେ ଯୁବତୀଙ୍କୁ ଖୋଜୁଥିଲା ଯିଏକି ଏକା ରହିଥିବେ। ‌ଯେଉଁଦିନ ସେ ଟ୍ରେନି ମହିଳାଙ୍କୁ  ସେମିନାର ହଲରେ ଦୁଷ୍କର୍ମ କରିଥିଲା ସେ ଦିନ ସଞ୍ଜୟ ତାର ଜ‌ଣେ ସାଙ୍ଗ ସହିତ ରେଡ ଲାଇଟ ଏରିଆ ସୋନାଗାଛି ଓ କାଲିଘାଟ ଯାଇଥିଲା।

ସେଠାରୁ ଫେରିବା ପରେ ସେ ଏମିତି ଜଣେ ଯୁବତୀଙ୍କୁ ନିଜର ଶିକାର କରିବାକୁ ଖୋଜୁଥିଲା ଯିଏକି ଏକା ଥିବେ। ଏଭଳି ସମୟରେ ସେ କୋଲକତା ଆରଜି କର ମେଡିକାଲ ଓ ହସ୍ପିଟାଲର ସେମିନାର ହଲରେ ପ୍ରବେଶ କରି ଟ୍ରେନି ଡାକ୍ତରଙ୍କୁ ବିଶ୍ରାମ କରୁଥିବା ଦେଖି ତାଙ୍କୁ ତାର ଶିକାର ବନାଇ ଦେଇଥିଲା।

ପୀଡ଼ିତ ଟ୍ରେନି ଡାକ୍ତରଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି। ଯେଉଁଥିରୁ ଜଣାପଡିଛି  ହତ୍ୟା ପୂର୍ବରୁ ଅଭିଯୁକ୍ତ ଡାକ୍ତରଙ୍କୁ ମାଡ ମାରିଥିଲା  । ଏପରିକି ପୀଡିତାଙ୍କ ଚଷମା ଭାଙ୍ଗିଯିବା ସହ ଆଖି ଭିତରେ କାଚ ପଶିଯାଇଥିଲା । ପିଜି ଡାକ୍ତର ଛାତ୍ରୀଙ୍କୁ ଦୁଷ୍କର୍ମ ପୂର୍ବରୁ ବିରୋଧ ପାଇଁ ଅମାନୁଷିକ ଭାବେ ମାଡ ମରାଯାଇଥିଲା  । ତାଙ୍କୁ ଏଭଳି ଭାବେ ମାଡ ମରାଯାଇଥିଲା ଯେ ପୀଡିତାଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା  । ପୀଡିତାଙ୍କ ହାତ ଓ ଚେହେରାରେ କାମୁଡା ଦାଗ ମଧ୍ୟ ରହିଥିଲା  । ଅଭିଯୁକ୍ତ ପୀଡିତାଙ୍କ ମୁଣ୍ଡକୁ ଏତେ ଜୋରରେ କାନ୍ଥରେ ବାଡେଇ ଦେଇଥିଲା ଯେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା  ।

ଅଧିକପଢ଼ନ୍ତୁ ସ୍ତ୍ରୀକୁ ହତ୍ୟା କରି ଚାଲିଗଲା ସ୍ବାମୀ, ଜାଣିପାରିଲାନି ପାଖରେ ଶୋଇଥିବା ସାଙ୍ଗ

ନିର୍ବାଚନ ଆସିବ ଓ ଯିବ; ମୋର ବାସ୍ତବ ବିଜୟ ହେଉଛି..

ଆପଣ ବି ହୋଇପାରିବେ ଜ୍ୟୋତିର୍ବିଜ୍ଞାନୀ!

ମୁଁ କୌଣସି ଜୁନିୟର୍‌ ଡାକ୍ତରଙ୍କୁ ଧମକ ଦେଇନାହିଁ: ମମତା ବାନାର୍ଜୀ