କୋଲକାତା: ଟ୍ରେନି-ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ କେନ୍ଦ୍ରକରି ସାମ୍ନାକୁ ଆସିଥିବା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇ ପୁଣିଥରେ ବିବାଦ ସାମ୍ନାକୁ ଆସିଛି। ଉକ୍ତ ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଡାକ୍ତରଙ୍କ ଅବହେଳା ହେତୁ ଯୁବକଙ୍କ ମୃତ୍ୟୁ ହୋଇଯାଇଥିବା ମୃତକଙ୍କ ପରିବାରଲୋକ ଅଭିଯୋଗ କରିଛନ୍ତି।
ମୃତ ଯୁବକ ବିକ୍ରମ ଭଟ୍ଟାଚାର୍ଯ୍ୟଙ୍କ ମା’ କବିତା ଅଭିଯୋଗ କରି କହିଛନ୍ତି, ‘ ଏକ ଟ୍ରକ ମୋ ପୁଅକୁ ଧକ୍କା ଦେବା ପରେ ସେ ଗୁରୁତର ହୋଇପଡ଼ିଥିଲା। ଆମେ ଖବର ପାଇ ଦୁର୍ଘଟଣାସ୍ଥଳରେ ପହଞ୍ଚି ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲକୁ ନେଇ ଯାଇଥିଲୁ। ସେ ସମୟରେ ଜରୁରିକାଳିନ ବିଭାଗରେ କୌଣସି ଡାକ୍ତର ନଥିଲେ। ପୁଅର ଅଜସ୍ର ରକ୍ତସ୍ରାବ ହୋଇଥିଲା। ସେ ସମୟରେ ତାର ଚିକିତ୍ସା ପାଇଁ କେହି ଆସିଲେ ନାହିଁ। ଯେଉଁ କାରଣରୁ ମୋ ପୁଅର ମୃତ୍ୟୁ ହୋଇଯାଇଥିଲା।’
ବିକ୍ରମଙ୍କ ମା’ଙ୍କ ଏହି ଅଭିଯୋଗକୁ ଖଣ୍ଡନ କରି ଆରଜି କର ହସ୍ପିଟାଲର ଅଧିକାରୀମାନେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ବିକ୍ରମଙ୍କୁ ଯେତେବେଳେ ଆରଜି କର ଅଣାଯାଇଥିଲା ତୁରନ୍ତ ତାଙ୍କୁ ଟ୍ରାମା କେୟାର ପଠାଯାଇଥିଲା। ତାଙ୍କର ଦୁଇଟି ଅଙ୍ଗ ଓ ମସ୍ତିଷ୍କରେ ଗଭୀର ଭାବେ ଆଘାତ ଲାଗିଥିଲା। ତେଣୁ ତାଙ୍କୁ ସିଟି ସ୍କାନ ପାଇଁ ନିଆଯାଇଥିଲା। ଏହି ସମୟରେ ତାଙ୍କୁ ନିଶ୍ବାସ ନେବାରେ ଅସୁବିଧା ହୋଇଥିଲା। କିଛିସମୟ ଭିତରେ ବିକ୍ରମଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2SVgxHY4KY0QrWVHxZfk.jpg)