କୋଲକାତା : ଗତକାଲି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିଥିବା ବେଳେ ମହିଳାମାନଙ୍କୁ ସମ୍ମାନ ଏବଂ ସମ୍ବର୍ଦ୍ଧନା ଦିଆ ଯାଇଥିଲା । କିନ୍ତୁ ଏହି ଦିନ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଯେଉଁ ଘଟଣା ଘଟିଥିଲା, ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଅନ୍ତର୍ଜାତୀୟ ମହିଳା ଦିବସ ଦିନ ଜଣେ କଲେଜ ଛାତ୍ରୀ ହାତ କଟା ପୋଷାକ ପିନ୍ଧି କଲେଜ ଯାଇଥିବା ଦେଖି ଛାତ୍ର ଗୋଷ୍ଠିର କିଛି ଛାତ୍ର ପୀଡ଼ିତାଙ୍କ ସହ ର୍ଦୁବ୍ୟବହାର କରିଥିଲେ ।
ଯେଉଁ ଦିନ ମହିଳାମାନଙ୍କୁ ସମ୍ମାନ ଦିଆ ଯାଇଥାଏ, ସେହି ଦିନ ଜଣେ ଛାତ୍ରୀଙ୍କୁ ମାଡ଼ ମାରି ଅପମାନ ଦିଆଯିବା ଘଟଣାକୁ ନେଇ ଏବେ ତୀବ୍ର ପ୍ରତିକ୍ରିୟା ଦେଖା ଯାଇଛି । କିଛି ଛାତ୍ର ପୀଡ଼ିତାଙ୍କ ସହ ର୍ଦୁବ୍ୟବହାର କରି ତାଙ୍କୁ ମାଡ଼ ମାରିବା ସହ କଲେଜକୁ ଏଭଳି ପୋଷାକ ପିନ୍ଧି ଆସିବ ନାହିଁ । ଏଠାରେ ଏ ସବୁ ଚଳିବ ନାହିଁ ବୋଲି କହି ଆଗକୁ ଏପରି ନ କରିବାକୁ ଧମକ ଦେଇଥିଲେ । ଏ ନେଇ ପୀଡ଼ିତା ଅଭିଯୋଗ କରିଥିବା ବେଳେ ତୃଣମୁଳ ଛାତ୍ର ପରିଷଦର ଅଭିଯୁକ୍ତ ଛାତ୍ରମାନେ ପୀଡ଼ିତାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
stlucianewsonline.comବାଣିଜ୍ୟର ପ୍ରଥମ ବର୍ଷ ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ମୁଁ ଶ୍ରେଣୀଗୃହରେ ଏକା ବସିଥିବା ବେଳେ କିଛି ଛାତ୍ର ଭିତରକୁ ଆସିଥିଲେ । ଏହା ପରେ ସେମାନେ ମୋ ପୋଷାକକୁ ନେଇ ପ୍ରଶ୍ନ ଉଠାଇଥିଲେ । ସେମାନେ ମୋ ପୋଷାକକୁ କଲେଜର ନିୟମ ବିରୁଦ୍ଧ ବୋଲି କହି ଗାଳି ଦେବା ଆରମ୍ଭ କରିଥିଲେ । ସେମାନଙ୍କ ପଛରେ ରାଜନେତାଙ୍କ ହାତ ରହିଥିବାରୁ କଲେଜର ପ୍ରିନ୍ସିପାଲଙ୍କୁ ଜଣାଇ ମଧ୍ୟ କିଛି ଲାଭ ନାହିଁ ବୋଲି କହିଛନ୍ତି ପୀଡ଼ିତା । ଏ ନେଇ ପୁଲିସରେ ଅଭିଯୋଗ କରାଯାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୁଲିସ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/sadhguru-isha-wisdom-article-image-what-is-the-reason-for-rape-youth-and-truth.jpg)