ଅସଦାଚରଣର ବିରୋଧ କରିବାରୁ ଯୁବତୀଙ୍କୁ ବସ୍‌ରୁ ଠେଲିଦେଲେ କଣ୍ଡକ୍ଟର

କୋଲକାତା : ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଜଣେ ୧୯ବର୍ଷୀୟା ଯୁବତୀଙ୍କ ସହ ଅସଦାଚାରଣ ହୋଇଥିବାର ଖବର ମିଳିଛି । ଯୁବତୀ ବସ୍‌ରେ ଯାତ୍ରା କରୁଥିବା ବେଳେ କଣ୍ଡକ୍ଟରଜଣଙ୍କ ତାଙ୍କ ସହ ଅସଦାଚରଣ କରିଥିଲେ । ଏହାର ବିରୋଧ କରିବା ପରେ କଣ୍ଡକ୍ଟର ପୀଡ଼ିତାଙ୍କୁ ବସ୍‌ରୁ ତଳକୁ ଠେଲି ଦେଇଥିଲେ । ପୀଡ଼ିତାଙ୍କ ନାଁ ଦିଶା ମାଲଖଣ୍ଡି ବୋଲି ଜଣା ପଡ଼ିଥିବା ବେଳେ ସେ ହସ୍ପିଟାଲ ମ୍ୟାନେଜମେଣ୍ଟର ଛାତ୍ରୀ ବୋଲି ସୂଚନା ମିଳିଛି। ଏହି ଘଟଣା ପରେ ଦିଶାଙ୍କୁ ଗଭୀର ଆଘାତ ଲାଗିଛି ।

Isha Sadhguru

ସୂଚନା ମୁତାବକ, ଦିଶା ଏବଂ ତାଙ୍କ ସାଙ୍ଗ ବସ୍‌ରେ ଚଢ଼ିବା ପରେ ବସ୍‌ରେ ଭିଡ଼ ଅଧିକ ଥିବାରୁ ଦୁହିଁଙ୍କୁ ଭିତରକୁ ଭିତରକୁ ଟାଣି ନେଇଥିଲେ କଣ୍ଡକ୍ଟର । ଏ ମଧ୍ୟରେ ସୁବିଧା ଦେଖି କଣ୍ଡକ୍ଟର ଦିଶାଙ୍କ ସହ ଅସଦାଚରଣ କରିଥିଲେ । ଯାହା ଜାଣି ପାରି ଦିଶା ଏହାର ବିରୋଧ କରିବାରୁ କଣ୍ଡକ୍ଟର ଚଳନ୍ତା ବସ୍‌ରୁ ତାଙ୍କୁ ତଳକୁ ଠେଲିି ଦେଇଥିଲେ । ଦିଶାଙ୍କ ସାଙ୍ଗ ବସ୍‌ ଅଟକାଇବାକୁ ଚେଷ୍ଟା କରିବାରୁ ଅଭିଯୁକ୍ତ ବସ୍‌ର ଗତି ବଢ଼ାଇ ଦେଇଥିଲେ । ଏହା ଦେଖି ଦିଶାଙ୍କ ସାଙ୍ଗ ବସ୍‌ ତଳକୁ ଡ଼େଇଁ ପଡ଼ିଥିଲେ । ଏ ନେଇ ଅଭିଯୋଗ କରା ଯାଇଥିଲେ ମଧ୍ୟ ବସ୍‌କୁ ଚିହ୍ନଟ କରି ପାରି ନାହିଁ ପୁଲିସ ।

ସମ୍ବନ୍ଧିତ ଖବର