ଏକ ସାକ୍ଷାତ୍‌କାରରେ ମୋତେ ପଚରା ଯାଇଥିଲା ମୋର ବକ୍ଷଜ ଅସଲି ନା ନକଲି: କିନ୍ନର ଶିକ୍ଷାକର୍ମୀ

କୋଲକାତା: ୨୦୧୭ ମସିହାରେ ସେକ୍ସ ରିଆସାଇନ୍‌ମେଣ୍ଟ୍‌ ସର୍ଜିରି କରିବା ପରେ କିନ୍ନର ହୀରଣ୍ମୟ ଦେ ତାଙ୍କ ନାମ ପରିବର୍ତ୍ତନ କରି ସୁଚିତ୍ରା ଦେ କରି ଦେଇଥିଲେ। କଳାରେ ୨ ଥର ମାଷ୍ଟର(ଭୂଗୋଳ, ଇଂରାଜି) ଡିଗ୍ରି ହାସଲ କରିଥିବା ସୁଚିତ୍ରା ବିଏଡ୍‌ ବି କରିଛନ୍ତି।

ଦେଙ୍କୁ କିଭଳି ଭାବେ କୋଲକାତାର ଏକ ସାକ୍ଷାତକାର୍‌ରେ ଯୌନ ଉତ୍ପୀଡ଼ନ ପ୍ରଶ୍ନ ପଚରାଯାଇଥିଲା ତାହାକୁ ସେ ନିକଟରେ ପ୍ରକାଶ କରିଛନ୍ତିି। ତାଙ୍କୁ ସାକ୍ଷାତକାରରେ ପଚରା ଯାଇଥିଲା ଯେ ତାଙ୍କର ବକ୍ଷଜ ଅସଲି କି ନକଲି। ଏହା ବ୍ୟତୀତ ଆହୁରି ବି ପଚରା ଯାଇଥିଲା କି ସେ ପିଲା ଜନ୍ମ କରିବା ପାଇଁ ସକ୍ଷମ କି ନୁହଁନ୍ତି।

ଉଲ୍ଳେଖଯୋଗ୍ୟ, ୨୦୧୪ରେ ସର୍ବୋଚ୍ଚ ନ୍ୟାୟଳୟ କିନ୍ନରମାନଙ୍କୁ ନେଇ ଏକ ଐତିହାସିକ ରାୟ ଘୋଷଣା କିରିଥିଲେ। ଫର୍ମଗୁଡ଼ିକରେ ମହିଳା ଓ ପୁରୁଷ ବ୍ୟତୀୟ ତୃତୀୟ ଲିଙ୍ଗ ବୋଲି ଏକ ବିକଳ୍ପ ବି ଏଣିକି ରହିଛି। ଆପେକ୍ସ କୋର୍ଟ ଘୋଷଣା କରିଥିଲେ କୌଣସି ଶିକ୍ଷାନୁଷ୍ଠାନ କିମ୍ବା ଚାକିରି କ୍ଷେତ୍ରରେ କିନ୍ନରମାନଙ୍କୁ ସେମାନଙ୍କ ଲିଙ୍ଗ ପାଇଁ ଅବହେଳା କରାଯିବା ଅନୈତିକ। ଏହା ସତ୍ତ୍ୱେ ବି ବିଭିନ୍ନ ସ୍ଥାନରେ କିନ୍ନର ସମାଜର ଲୋକଙ୍କ ନିକଟରେ ଅପମାନିତ ହେଉଛନ୍ତି।

ଏ ସଂପର୍କା ସୁଚିତ୍ର କହନ୍ତି, ‘ମୋର ପଢ଼ା ସମୟରେ କିମ୍ବା ପୂର୍ବରୁ ଚାକିରି କରୁଥିବା ବିଦ୍ୟାଳୟରେ ମୁଁ ଜଣେ କିନ୍ନର ବୋଲି ମୋତେ କେବେ ବି ଛୋଟ ଅନୁଭବ ହୋଇନାହିଁ। ସମସ୍ତେ ମୋ ସହ ଖୁବ୍‌ ଭଲ ବ୍ୟବହାର କରୁଥିଲେ। ସାକ୍ଷାତ୍‌କାରରେ ମୋତେ ଯେପରି ପ୍ରଶ୍ନ ପଚରାଗଲା ଜଣେ ପୁରୁଷ ଯଦି ଲିଙ୍ଗ ପରିବର୍ତ୍ତନ କରି ନାରୀ ହୋଇଥାନ୍ତେ ତାହାଲେ ବୋଧେ ପଚରାଯାଇନଥାନ୍ତା। ମୁଁ ଜଣେ କିନ୍ନରରୁ ନାରୀ ହୋଇଛି ବୋଲି ମୋତେ ଏମିତି ପ୍ରଶ୍ନ ପଚରା ଯାଇପାରିଲା।

ସମ୍ବନ୍ଧିତ ଖବର